www.samajalive.in
Friday, December 12, 2025
15.1 C
Bhubaneswar

ନାବାର୍ଡ ପକ୍ଷରୁ ଭାରତରତ୍ନ ବାବାସାହେବ ଡ. ଆମ୍ବେଦକରଙ୍କ ୧୩୦ତମ ଜନ୍ମବାର୍ଷିକୀ ପାଳିତ

ଭୁବନେଶ୍ୱର; ଆଜି ନାବାର୍ଡର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟଠାରେ ଭାରତରତ୍ନ ଡ. ବାବାସାହେବ ଆମ୍ବେଦକରଙ୍କର ୧୩୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ସାରକା ଡ. ଆମ୍ବେଦକରଙ୍କ ଜୀବନାଦର୍ଶ ଓ ଭାରତୀୟ ସମାଜକୁ ତାଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ନାବାର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଚିଫ୍‌ ଜେନେରାଲ୍‌ ମ୍ୟାନେଜର ଉଦୟ ଭାସ୍କର ତାଙ୍କ ଅଭିଭାଷଣରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ମାଧ୍ୟମରେ ନାବାର୍ଡ କିପରି ଓଡ଼ିଶାର ଗ୍ରାମାଞ୍ଚଳର ଗରିବମାନଙ୍କର ବିକାଶ ଦିଗରେ କାର୍ଯ୍ୟ କରୁଛି ସେ ସଂପର୍କରେ ଆଲୋକପାତ କରିଥିଲେ। ନାବାର୍ଡ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଡ. ଆମ୍ବେଦକରଙ୍କ ଆଦର୍ଶ ଦ୍ୱାରା ପ୍ରଭାବିତ ହୋଇଛି ବୋଲି ସେ କହିଥିଲେ।

 

- Advertisement -

ଏହି ଉତ୍ସବରେ ନାବାର୍ଡର ପଦାଧିକାରୀ ଓ ଷ୍ଟାଫ୍‌ ପ୍ରତ୍ୟକ୍ଷ ଓ ଭର୍ଚୁଆଲ୍‌ ମୋଡ୍‌ରେ ଯୋଗ ଦେଇଥିଲେ। ନାବାର୍ଡର ବିଭିନ୍ନ ୟୁନିୟନ୍‌ ଓ ଆସୋସିଏସନ୍‌, ନାବାର୍ଡ ପ୍ରୋଗ୍ରେସିଭ୍‌ କର୍ମଚାରୀ କଲ୍ୟାଣ ସଂଘର କର୍ମକର୍ତ୍ତା ମଧ୍ୟ ଏହି ଉତ୍ସବରେ ଯୋଗଦାନ କରି ଡ. ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାରକା ନାବାର୍ଡ ପରିସରରେ ଏକ ପାଠାଗାରର ଶୁଭ ଉଦ୍‌ଘାଟନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories