www.samajalive.in
Saturday, December 13, 2025
21.1 C
Bhubaneswar

ପାହାଡ଼ ଉପର ଗାଁରେ ପାନୀୟ ଜଳ ପହଞ୍ଚାଇବାକୁ ଜିଲାପାଳଙ୍କ ନିର୍ଦେଶ

ପାତ୍ରପୁର: ଶୁକ୍ରବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପାତ୍ରପୁର ବ୍ଲକ ଗସ୍ତରେ ଆସି ତୁମ୍ବା ଉନ୍ନୟନ ସଂସ୍ଥା କାର୍ୟ୍ୟାଳୟରେ ପହଂଚି କୋଭିଡ ଓ ପାନୀୟ ଜଳ ସ୍ଥିତିର ସମୀକ୍ଷା କରି ଫେରିଛନ୍ତି। କୋଭିଡର ଦ୍ଵିତୀୟ ଲହରୀ ଭୟଙ୍କର ରୁପ ନେଉଥିବାରୁ ଲୋକଙ୍କୁ ବ୍ୟାପକ ସଚେତନ କରିବା ପାଇଁ କହିଥିଲେ। ଓପିଲିପି ପ୍ରକଳ୍ପରେ କାର୍ଯ୍ୟରତ ସିଆରପିମାନଙ୍କୁ କୋଭିଡ ମନିଟର କରି ଆଦିବାସୀ ଅଞ୍ଚଳରେ ଲୋକଙ୍କୁ କୋଭିଡ ପାଇଁ ସଚେତନତା କରିବା ସହ ପଡୋଶୀ ଆନ୍ଧ୍ର ଦେଇ ବାହାର ରାଜ୍ୟରୁ ଗାଁକୁ ଫେରିବା ଲୋକଙ୍କ ଉପରେ ଅଧିକ ସତର୍କ ଦୃଷ୍ଟି ଦେବାକୁ ଜିଲାପାଳ କହିଥିଲେ। ପ୍ରତି ଗାଁରେ କୋଭିଡ କମିଟି ଗଠନ କରିବା ଉପରେ ଗୁରୁତ୍ବରୋପ କରିଥିଲେ।

 

- Advertisement -

ଖରାର ପ୍ରକୋପ ବଢ଼ୁଥିବାରୁ ପାହାଡ଼ ଶିଖର ଉପରେ ରହୁଥିବା ଲୋକଙ୍କ ନିକଟରେ କିପରି ପାନୀୟ ଜଳ ସଠିକ ଭାବରେ ପହଞ୍ଚିବ ସେନେଇ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଉପସ୍ଥିତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ପାତ୍ରପୁର ବିଡ଼ିଓ ପ୍ରକାଶ କୁମାର ଦାସ,ତହସିଲଦାର ଅମିତ କୁମାର ନାୟକ, ତୁମ୍ବା ଉନ୍ନୟନ ସଂସ୍ଥାର ସ୍ବତନ୍ତ ଅଧିକାରୀ ରାମଚନ୍ଦ୍ର ସେଠୀ, ଓପିଲିପି ପ୍ରକଳ୍ପ ମେନେଜର ରାଜେଶ ରୋସନ ପଟ୍ଟନାୟକ, ଆରତୀ ପଣ୍ଡା ପ୍ରମୁଖଙ୍କ ସହ ଓପିଲିପି କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories