www.samajalive.in
Wednesday, December 10, 2025
16.1 C
Bhubaneswar

ଅନ୍ୟପାଇଁ ସାଜିଲେ ଉଦାହରଣ, ରୋଗୀଙ୍କୁ ରକ୍ତଦାନ କଲେ ଡାକ୍ତର

ନବରଙ୍ଗପୁର: ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣେ  ରୋଗୀଙ୍କୁ ରକ୍ତଦାନ କରିଛନ୍ତି  ଭେଷଜ ବିଶେଷଜ୍ଞ ଡାକ୍ତର। ସେ ରୋଗୀଙ୍କର  ଜୀବନ ବଞ୍ଚାଇବା ସହ ଅନ୍ୟପାଇଁ ସାଜିଲେ ଉଦାହରଣ।  ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଭେଷଜ ବିଶେଷଜ୍ଞ  ଡାକ୍ତର ମନମୋହନ ବିଷୋୟୀଙ୍କୁ ସୁନାମ ରହିଛି। ସେ ଏକ ଦକ୍ଷ  ଡାକ୍ତର ଭାବରେ ସମଗ୍ର ଜିଲାରେ ପରିଚିତ।
ଡାକ୍ତର ବିଷୋୟୀ  ରୋଗୀ ସେବା କ୍ଷେତ୍ରରେ  ଉଲ୍ଲେଖନୀୟ କାର୍ଯ୍ୟ  ସହ ତାଙ୍କର  କର୍ତ୍ତବ୍ୟନିଷ୍ଠା ପାଇଁ ସେ ସୁପରିଚିତ। ଡାକ୍ତର ଭାବରେ ସେ  ସମସ୍ତଙ୍କ ପ୍ରିୟ , କିନ୍ତୁ ଆଜି ଏକ ରୋଗୀଙ୍କୁ ରକ୍ତଦାନ କରି ସେ ନିଜର ପ୍ରକୃତ ମଣିଷପଣିଆର ପରିଚୟ ଦେଇଛନ୍ତି। ଆଜି ଏକ ପରିବାର ବର୍ଗ ଅସହାୟ ହୋଇ ରକ୍ତ ଯୋଗାଡ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କ ପାଇଁ ଦେବଦୂତ ସାଜିଥିଲେ ଡାକ୍ତର ବିଷୋୟୀ। ସେ ନିଜେ ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ସେ ସହାୟକ ହୋଇଥିଲେ। ଏହି ମହତକାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଛା ଜଣା ଯାଇଛି।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories