www.samajalive.in
Friday, December 12, 2025
26.1 C
Bhubaneswar

ନବରଙ୍ଗପୁର ଜିଲ୍ଲା ମେଡ଼ିଆ ୟୁନିୟନ ତରଫରୁ ଜାତୀୟ ପ୍ରେସ ଦିବସ ପାଳନ

ନବରଙ୍ଗପୁର: ଆଜି ଜାତୀୟ ପ୍ରେସ ଦିବସ ଉପଲକ୍ଷେ ନବରଙ୍ଗପୁର ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଙଟଔ ଅନୁବନ୍ଧିତ ନବରଙ୍ଗପୁର ଜିଲ୍ଲା ମେଡିଆ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ଜିଲ୍ଲା ମେଡିଆ ୟୁନିୟନ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ମାନେ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନଙ୍କ ଭୂମିକାକୁ ନେଇ ପ୍ରଶଂସା କରିବା ସହ କରୋନା ମହାମାରୀ ସମୟରେ ସାମ୍ବାଦିକ କିଭଳି ନିଜର ଜୀବନ ଓ ପରିବାରକୁ ପଛରେ ପକାଇ କରୋନା ସମ୍ବନ୍ଧିତ ଏକ ପ୍ରତିକୂଳକୁ ବିପଦ ପୂର୍ଣ୍ଣ ପରିସ୍ଥିତି ରେ ସମସ୍ତଙ୍କ ସୁବିଧା ଓ ଅସୁବିଧା ଗୁଡିକୁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମାଧାନ ଦିଗରେ ଯତ୍ନବାନ ହୋଇଥିଲେ ଏହି ବିଷୟରେ ମୁଖ୍ୟ ଅତିଥି ସାମ୍ବାଦିକ ମାନଙ୍କୁ ପ୍ରଶଂସା କରିଥିଲେ। ବର୍ଷକୁ ଥରେ ସାମ୍ବାଦିକ ମାନଙ୍କୁ ସ୍ମୃତି ଚାରଣ କରିବା ପାଇଁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। କିନ୍ତୁ ଆଜିଭଳି ଦିନରେ ଜିଲ୍ଲା ପ୍ରଶାସନ ନିକଟରେ ସାମ୍ବାଦିକ ମାନଙ୍କ ପାଇଁ ଟିକିଏ ସମୟ ନ ଥିବା ଏବଂ ଜିଲ୍ଲା ପରିଷଦ ବୈଠକକୁ ଆଜିଭଳି ଦିନରେ ସ୍ଥିର କରିବା ନେଇ ମେଡ଼ିଆ ସଭାପତି ସୁଶାନ୍ତ ବେହେରା କ୍ଷୋବ ପ୍ରକାଶ କରିବା ସହ ସାମ୍ବାଦିକଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରୀତିନିଧିଙ୍କ ବୈମାତୃକ ମନଭା କୁ ନିନ୍ଦା କରିଥିଲେ, ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଜାରିକରିଥିବା ନେଇ ଏଥର ଜିଲ୍ଲାପ୍ରଶାସନ ତରଫରୁ ପ୍ରେସ ଦିବସକୁ ସୋସିଆଲ ମେଡ଼ିଆରେ ପାଳନ କରିଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମେଡ଼ିଆ ୟୁନିୟନ ତରଫରୁ ଏହାକୁ ନିନ୍ଦା କରିବା ସହ ପ୍ରଶାସନର ପ୍ରେସ ଦିବସକୁ ସଂଘ ବର୍ଜନ କରିବା ସହ ଏଥିରେ ସାମିଲ ହୋଇ ନ ଥିଲା, ଯଦ୍ୱାରା କି ପ୍ରଶାସନ ତରଫରୁ ଆୟୋଜିତ ପ୍ରେସ ଦିବସରେ କେହି ଅଂଶ ଗ୍ରହଣ କରି ନ ଥିଲେ।

ଆଜି ଏହି ଦିବସରେ ସଂଘ ତରଫରୁ ରିପବ୍ଲିକ ଟିଭି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ବ୍ୟକ୍ତି ସ୍ୱାଧୀନତା ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଓୟୁଜେ ସ୍ୱାଗତ କରିବା ସହ ଏହାର ଯଥାର୍ଥ ପ୍ରତିପାଳନ ରାଜ୍ୟମାନଙ୍କରେ କରାଯିବାଲାଗି ଓୟୁଜେ ଦାବି କରିବ। ସାମ୍ବାଦିକ ମାନଙ୍କ ଲାଗି ରାଜ୍ୟରେ ଘୋଷିତ ସବୁ ସୁବିଧା ସୁଯୋଗକୁ ରାଜ୍ୟରେ ସଠିକ ଭାବେ କାର୍ଯ୍ୟକାରୀ କରିବା ସହ ସାମ୍ବାଦିକ ଉତ୍ପୀଡନ ପରିବର୍ତେ ସାମ୍ବାଦିକ ସୁରକ୍ଷା ଲାଗି ତୁରନ୍ତ ଆଇନ ପ୍ରଣୟନ କରିବା ଓ ଅବସର ପରେ ଦୟନୀୟ ଜୀବନ କାଟୁଥିବା ସାମ୍ବାଦିକଙ୍କ ସାମାଜିକ ନିରାପତ୍ତା ପ୍ରତି ଦୃଷ୍ଟି ଦେଇ ପେନସନ ଯୋଜନା ତୁରନ୍ତ ଲାଗୁକରିବାକୁ ପ୍ରେସ ଦିବସରେ ଓୟୁଜେ ଦାବି କରିବା ସହ ଇ ନେଇ ନବରଙ୍ଗପୁର ଉପଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଏବଂ ସଂଘ ତରଫରୁ ଆଉ ଏକ ସ୍ମାରକ ପତ୍ର ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଙ୍କ ଜରିଆରେ ମାନ୍ୟବର ମନ୍ତ୍ରୀ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଙ୍କୁ ଜିଲ୍ଲାରେ ସାମ୍ବାଦିକ ଚି଼ହ୍ନଟ ପ୍ରକ୍ରିୟା କାର୍ୟ୍ୟକାରୀ କରିବାକୁ ପ୍ରଦାନ କରାଯାଇ ଥିଲା ଜ୍ଝ ଆଜିର ଏହି ବୈଠକ ର ପ୍ରାରମ୍ଭ ରେ ପୂର୍ବତନ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ଙ୍କ ସ୍ମୃତିଚାରଣ ରେ ଏକ ମିନିଟ ନିରବ ପ୍ରାଥନା କରାଯାଇ ଥିଲା, ଏବଂ ମୁଖ୍ୟ ଅତିଥି ଙ୍କୁ ପୁଷ୍ପମାଲ୍ୟ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ସମ୍ପାଦକ ପି.ପ୍ରକାଶ, ଉପସଭାପତି କିଶୋର ପଟନାୟକ, ରବି ପଟନାୟକ, ନବ ବିଶୋଇ, ରାମ ଦଳାଇ, ଗୌରାଙ୍ଗ ପାତ୍ର, ଏ. ସତୀଶ, ଲକ୍ଷ୍ମୀକାନ୍ତ ପଣ୍ଡା, ସିଏଚ ଈଶ୍ୱର, ବାବୁଲି ଗଣ୍ଡ, ଏସ. ଏନ ପଟନାୟକ, ସୁମିତ ଘଣ୍ଟ, ଗୌତମ ଅଗ୍ରଵାଲା, ସ୍ଵପ୍ଣଜିତ ପଟନାୟକ, ଜନାର୍ଦନ ରାଓ, ନନ୍ଦ ବିଶୋଇ, ମଧୁ ସାହୁ, ସ୍ୱାଧୀନ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories