www.samajalive.in
Friday, December 12, 2025
27.1 C
Bhubaneswar

୨ ଅଜଗର ଉଦ୍ଧାର, ଜଣେ ଅଟକ

ବାଙ୍କୀ: ବାଙ୍କୀ ଅଞ୍ଚଳରେ ଦୀର୍ଘଦିନ ହେବ ଯାଜପୁର ଅଞ୍ଚଳରୁ ସାପ ଧରାଳି ମାନେ ଆସି ସାପଧରି ବୁଲୁଥିବାର ଅଭିଯୋଗ ବନବିଭାଗ ନିକଟରେ ପହଞ୍ଚିଛି। ସୋମବାର ଦିନ ସକାଳେ ଖୋର୍ଦ୍ଧା ବନାଞ୍ଚଳ ଅଧିନ ଶିଶୁଆ ଫରେଷ୍ଟ କାର୍ଯ୍ୟାଳୟର ବନପାଳ ଏକ ବିଶେଷ ସୂତ୍ରରୁ ଖବର ପାଇ ଡମପଡା ବ୍ଲକ ଅଧିନ ଚକୁଳେଶ୍ୱର ଗ୍ରାମ ସ୍ଥିତ ଗ୍ରାମ୍ୟ ଜଙ୍ଗଲ ନିକଟରୁ ୭୫ବର୍ଷ ବୟସର ଜଣେ ସାପଧରାଳିକୁ ଅଟକ ରଖିଛନ୍ତି। ପାଖରେ ଥିବା ଏକ ଝୁଲା ବ୍ୟାଗରେ ୬ଫୁଟ ଲମ୍ବର ଗୋଟିଏ ଅଜଗର ସାପ ଥିଲା। ଯାହାକି ଏକ ବିରଳ ସାପ। ସାପ ଧରାଳିର ନାମ ବାଲା ପ୍ରଧାନ,ଘର ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର ବୋଲି ସୂଚନା ମିଳିଛି। ସାପ ସହ ସମ୍ପୃକ୍ତ ବୃଦ୍ଧକୁ ଅଟକ ରଖାଯିବା ସହ ନିକଟସ୍ଥ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସାପଟି ସୁସ୍ଥ ଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ ଚଳିତ ମାସ ୬ତାରିଖରେ ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ସାହାଡାପଦା ଗ୍ରାମ ନିକଟରୁ ଯାଜପୁର ଅଞ୍ଚଳର ଜଗନ୍ନାଥ ପ୍ରଧାନ ନାମକ ଜଣେ ଯୁବକକୁ ବେଆଇନ ଭାବରେ ଅଜଗର ସାପଟିଏ କାନ୍ଧରେ ପକାଇ ବୁଲୁଥିବାରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଚକୁଳେଶ୍ୱବ ଠାରୁ ଫରେଷ୍ଟର ପ୍ରିୟଦର୍ଶିନୀ ସେଠୀ,ବନରକ୍ଷୀ ମୋହନ ଦେହୁରୀ,ସ୍କ୍ୱାଡ ଅନିଲ କୁମାର ପ୍ରଧାନ,ଧର୍ମେନ୍ଦ୍ର ପ୍ରଧାନ,ଗୌରାଙ୍ଗ ନାୟକ ଓ କୁନା ସେଠ ପ୍ରମୁଖ ଉପସ୍ଥିତ ରହି।ପ ଧରାଳି ସହ ସାପକୁ ବନପାଳ କାର୍ଯ୍ୟାଳୟକୁ ଆଣିଥିଲେ। ସେହିପରି ସୋମବାର ସକାଳେ ମଧ୍ୟ ଡମପଡା ବନାଞ୍ଚଳ ଅନ୍ତର୍ଗତ କୃଶଶପଙ୍ଗି ଗ୍ରାମଠାରେ ୫ଫୁଟ ଲମ୍ବର ଏକ ଅଜଗର ସାପ ଜଣେ ଅପରିଚିତ ଲୋକ ଚାସ୍ତାପାର୍ଶ୍ବରେ ଛାଡିଦେଇ ଚାଲିଯାଇଥିବାର ସୂଚନା ପାଇ ଡମପଡା ବନାଞ୍ଚଳ କାର୍ଯ୍ୟାଳୟର ଫରେଷ୍ଟର ରାକେଶ ସ୍ୱାଇଁ ଓ କର୍ମଚାରୀ କୁଶପଙ୍ଗି ଗ୍ରାମରେ ପହଞ୍ଚି ସାମପଟିକୁ ଉଦ୍ଧାର କରିବା ସସହ ଅଭୟାରଣ୍ୟରେ କାଢିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories