www.samajalive.in
Friday, December 12, 2025
16.1 C
Bhubaneswar

ନୂତନ ଜିଲ୍ଳା ଯୁବ କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧନ।

ନବରଙ୍ଗପୁର: ଗତକାଲି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ, ହନୁମାନ ଜୟନ୍ତୀ ସହ ଓଡ଼ିଆ ନବବର୍ଷ ପାଳନ ସାଙ୍ଗକୁ ଭାରତ ବର୍ଷର ଆଇନ ପ୍ରଣେତା  ଭୀମ ରାଓ ଆମ୍ବିଦକରଙ୍କ ଜୟନ୍ତୀ ଜିଲ୍ଲା କଂଗ୍ରେସ ଭବନ ଠାରେ ପାଳନ କରାଯାଇଥିଲା । ଉପସ୍ଥିତ ଥିବା ଦଳୀୟ ସମସ୍ତ ବରିଷ୍ଠ ନେତା ତଥା ପିସିସି ଉପ ସଭାପତି  ସଦନ ନାୟକ ଭୂଜବଳ ମାଝୀ, ବରିଷ୍ଠ ନେତା ସତ୍ୟ ନାରାୟଣ ତ୍ରିପାଠୀ, ଜିଲ୍ଲା କଂଗ୍ରେସ ସଭାପତି  ମୁନା ତ୍ରିପାଠୀ, ଉପସଭାପତି ଦିଲ୍ଲିପ ବେହେରା, ପାପଡ଼ା ହାଣ୍ଡି ଜିଲ୍ଲା ପରିଷଦ ସଭ୍ୟ । ଡକ୍ଟର ଲିପିକା ମାଝୀ, ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ର, ନୀଲମ ହରିଜନ, ଅବଦୁଲ୍ ଫିରଜ୍, ପ୍ରଦୀପ ସାହୁ, ଭବାନୀ ସାହୁ, ବାସୁଦେବ ପଟ୍ଟନାୟକ ଠାକୁର, ସୋସିଆଲ ମିଡିଆ ସେଲ ପବିତ୍ର ମାଟିୟା, ସୁରଜ୍ ଲାଲ ଉମା ଶଙ୍କର ଷଡ଼ଙ୍ଗୀ ପ୍ରମୁଖଙ୍କ ଉପସ୍ଥିତିରେ ଆଇନ ପ୍ରଣେତା ଭୀମ ରାଓ ଆମ୍ବେକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ପରେ ନବ ନିଯୁକ୍ତି ପାଇଥିବା ଜିଲ୍ଲା ଯୁବ କଂଗ୍ରେସ ସଭାପତି  ଦ୍ବାରିକା ମହାପାତ୍ରଙ୍କୁ ଜିଲ୍ଲା କଂଗ୍ରେସ ଭବନ ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା, ପରେ ସମସ୍ତଙ୍କ ଉପସ୍ଥିତିରେ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ସଭାପତି ଶ୍ରୀ ମହାପାତ୍ରଙ୍କ ଦ୍ଵାରା ନିକଟ କୃଷ୍ଠ୍‌ ରୋଗୀ ଆଶ୍ରମ ଯାଇ ଫଳ ବଣ୍ଟନ କରାଯାଇ ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବା ସହିତ ସେମାନଙ୍କ ପ୍ରତି ଚାଲିଥିବା ସରକାରୀ ଯୋଜନା ସମ୍ବନ୍ଧରେ ପଚାରି ବୁଝି ଥିଲେ   

 

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories