ନବରଙ୍ଗପୁର: ନବରଙ୍ଗପୁର ଜିଲାପାଳ ଡଃ.କମଳଲୋଚନ ମିଶ୍ର ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ)ରୁ ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ) ଭାବେ ପଦୋନ୍ନତି ପାଇଛନ୍ତି। ଭାରତ ସରକାରଙ୍କର ପର୍ସନାଲ, ପବ୍ଲିକଗ୍ରିଭାନ୍ସ ଓ ପେନ୍ସନ୍ ମନ୍ତ୍ରଣାଳୟର ପର୍ସନାଲ ଓ ତାଲିମ ବିଭାଗ ପକ୍ଷରୁ ଗତ ୨୧ ତାରିଖରେ ଏକ ବିଞପ୍ତି ଜାରି କରାଯାଇଛି। ଏଥିରେ ଓଡ଼ିଶା କ୍ୟାଡରର ୧୧ ଜଣ ବରିଷ୍ଠ ଓଏଏସଙ୍କୁ ପଦୋନ୍ନତି ମିଳିଛି। ସେଥିମଧ୍ୟରୁ ନବରଙ୍ଗପୁର ଜିଲାପାଳ ଡଃ.ମିଶ୍ର ସ୍ଥାନୀତ ଅଛନ୍ତି। ଏହା ଜଣାପଡ଼ିବା ପରେ ଜିଲାରେ ଖୁସି ପ୍ରକାଶ ପାଇଛି। ଜିଲାର ବହୁ ସରକାରୀ ଅଧିକାରୀ ଜିଲାପାଳ ଡଃ.ମିଶ୍ରଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Popular Categories


