www.samajalive.in
Monday, December 8, 2025
13.1 C
Bhubaneswar

ଆଶାନୁରୂପକ ଅଗ୍ରଗତି ହେଉନି ‘ମୋ ଉପକାରୀ ବଗିଚା’ ପ୍ରକଳ୍ପ, କାର୍ଯ୍ୟ ତ୍ବରାନ୍ବିତ ପାଇଁ ଜିଲାପାଳଙ୍କ ନିର୍ଦେଶ

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଆଜି ଜିଲାସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଜିଲାପାଳ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ନବରଙ୍ଗପୁର ଜିଲାରେ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ବିକାଶମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ମୋ ଉପକାରୀ ବଗିଚା ପ୍ରକଳ୍ପର ସମୀକ୍ଷା କରିଥିଲେ ଏବଂ ଏହି କାର୍ଯ୍ୟର ଆଶାନୁରୂପକ ଅଗ୍ରଗତି ହୋଇ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ଏବଂ ଜିଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ନୀତିଆୟୋଗ ଦ୍ୱାରା ଅନୁମୋଦିତ ହୋଇଥିବା ପ୍ରକଳ୍ପକୁ ଶୀଘ୍ର ଆରମ୍ଭ କରିବା ପାଇଁ ପ୍ରକଳ୍ପ ନିର୍ଦେଶକ, ଜଳ ବିଭାଜିକାଙ୍କୁ ନିର୍ଦେଶ ଦେଇଥିଲେ। ଜିଲାର ନିର୍ମାଣଧୀନ ମିଶନ ଶକ୍ତି ଗୃହରେ ଆବଶ୍ୟକୀୟ ପାନୀୟଜଳ ଓ ପରିମଳ ର ସୁବ୍ୟବସ୍ଥା କରି ହସ୍ତାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ପ୍ରକଳ୍ପ ନିର୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଆରମ୍ଭ ନେଇ ନବରଙ୍ଗପୁର ଜିଲାରେ ଆସନ୍ତା ନଭେମ୍ବର ୨୮, ୨୯ ଏବଂ ଡିସେମ୍ବର ୫ ଓ ୬ ଚାରି ଦିନ ଧରି ପ୍ରତି ବୁଥରେ ତାଲିକା ସଂଶୋଧନ ତ୍ୱରାନ୍ୱିତ ହେବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇ ଥିଲା। ୨୦୨୧ ଜାନୁଆରୀ ୧ ସୁଦ୍ଧା ୧୮ ବର୍ଷ ହୋଇଥିଲେ ଆବେଦନ କରି ପାରିବେ। ଭୋଟର ପରିଚୟ ତୃଟି ଥିଲେ ମଧ୍ୟ ସଂଶୋଧନ କରିପାରିବେ। ତାଲିକାରୁ ନାମ ବାଦ ଦେବାକୁ ମଧ୍ୟ ଭୋଟର ବ୍ଲକସ୍ତରୀୟ ବୁଥ ଅଧିକାରୀ ପାଖରେ ଆବେଦନ କରିପାରିବେ। ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉପ ଜିଲ୍ଲାପାଳଙ୍କ ସହିତ ସଂପୃକ୍ତ ନୋଡ଼ାଲ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହିତ ଉମରକୋଟ ଠାରୁ ରାଇଘର ରାସ୍ତାର ମରାମତିର ଶିଥିଲତା କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଡିସେମ୍ବର ୩୧ ତାରିଖ ସୁଦ୍ଧା ରାସ୍ତା କାମ ସାରିବା ପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ।

ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପ ଜିଲାପାଳ ଭାସ୍କର ରୋଇତ, ଅତିରିକ୍ତ ଉପ ଜିଲାପାଳ, ପ୍ରଶାନ୍ତ କୁମାର ରାଉତ, ଜିଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଏପିଡ଼ି ଡିଆରଡିଏ, ରତ୍ନାକର ସାହୁ, ପ୍ରକଳ୍ପ ନିର୍ଦେଶକ, ଜଳ ବିଭାଜିକା, ପ୍ରଦୀପ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ଜିଲା ଜଳ ଓ ପରିମଳ ବିଭାଗ ଅମରେନ୍ଦ୍ର ପାଢ଼ୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗଇପାଇଙ୍କ, ଜିଲା ପଶୁସମ୍ପଦ ବିଭାଗ ଅଧିକାରୀ ନାରାୟଣ ବେହେରା, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଏବଂ ଗୃହ ନିର୍ମାଣ ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ନବରଙ୍ଗପୁର ସୁଦାମ ଚରଣ ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଉମରକୋଟ ସନ୍ତୋଷ କୁମାର ସାମଲ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ ଜିଲା ସହ ଯୋଗାଣ ଅଧିକାରୀ, ଦୁର୍ଗାପ୍ରସାଦ ମାଝୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories