www.samajalive.in
Saturday, December 6, 2025
16.1 C
Bhubaneswar

ନବରଙ୍ଗପୁରରେ କରୋନା ନେଲା ଆଉ ଏକ ଜୀବନ, ଏକ ମାସ ଭିତରେ ଦୁଇ ଭାଇଙ୍କର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁରରେ କରୋନା ଘାତକ ରୂପ ନେଇଥିବାବେଳେ ଆଜି ଆଉ ଜଣଙ୍କର ଜୀବନ ନେଇଛି। ନବରଙ୍ଗପୁର ସହରର ପାଞ୍ଜିଆସାହି ନିବାସୀ ଇଞ୍ଜିନିୟର ସୁଧୀର ପଟ୍ଟନାୟକ(୫୦)ଙ୍କର କରୋନାରେ ଆକ୍ରାନ୍ତ ହୋଇ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛିା ତାଙ୍କର ପତ୍ନୀ ମଧ୍ୟ ଗୁରୁତର ଭାବେ ଚିକିତ୍ସାଧୀନ ରହିଥିବା ଜଣାଯାଇଛି। ସେ ଭଦ୍ରକରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲୋ ଗତ କିଛି ଦିନ ତଳେ ତାଙ୍କର ବଡଭାଇ ତଥା ନବରଙ୍ଗପୁର ମହିଳା ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଶିବରାମ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ହେବା ପରେ ସେ ସପରିବାର ଘରକୁ ଆସି ସମସ୍ତ କର୍ମ କରିଥିଲେ। ସୁଧୀର କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଥମେ ନବରଙ୍ଗପୁର କୋଭିଡ ଡାକ୍ତରଖାନରେ ଚିକିତ୍ସିତ ହେବା ପରେ ଗୁରୁତର ହେବାରୁ ବିଶାଖାପାଟଣାକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତ୍ର ୨ଟାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି। ତେବେ ଗୋଟିଏ ପରିବାରର ଦୁଇ ଭାଇ ଏକ ମାସ ମଧ୍ୟରେ ମୃତ୍ୟୁବରଣ କରିବା ନେଇ ସହରରରେ ଶୋକ ରଛାୟା ଖେଳିଯାଇଛି। ବର୍ତ୍ତମାନ ତାଙ୍କର ପରିବାର, ବନ୍ଧୁ ବାନ୍ଧବ, ସାଙ୍ଗସାଥୀ ଓ ସାହି ପଡିଶା ଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି। ତେବେ ଜିଲାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଜିଲା ପ୍ରଶାସନ କିମ୍ବା ଜିଲା ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଉ ନ ଥିବାରୁ ଜିଲାରେ କରୋନା ମୃତ୍ୟୁନେଇ ସଠିକ ତଥ୍ୟ ମିଳିପାରୁନି। ତେବେ ବେସରକାରୀ ଭାବେ କେବଳ ନବରଙ୍ଗପୁର ସହରରେ ୨୦ରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories