ନବରଙ୍ଗପୁର : ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତ ଝାମ୍ପି ନେଲେ ଲକ୍ଷ ଲକ୍ଷ ଟଙ୍କା। ଏଭଳି ଘଟଣା ନବରଙ୍ଗପୁର ସହର ମୁଖ୍ୟ ରାସ୍ତା ସ୍ଥିତ ମହାବୀର କ୍ଳବ ସାମ୍ନାରେ ଶୁକ୍ରବାର ଘଟିଛି। ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ବାଇକରେ ଆସି ଦୁଇ ଯୁବକ ଝାମ୍ପି ନେଇଛନ୍ତି ୩ ଲକ୍ଷ ଟଙ୍କା। ଲହରାକାନି ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଶରତ କୁମାର ରଥ ଜୟପୁରରେ ଘର ତିଆରି କାମ ପାଇଁ ନବରଙ୍ଗପୁର ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରୁ ଟଙ୍କା ଉଠେଇ ଏକ ବ୍ୟାଗରେ ଧରି ଯାଉଥିବା ବେଳେ ଦୁଇ ଯୁବକ ବାଇକରେ ଆସି ବ୍ୟାଗକୁ ଝାମ୍ପି ନେଇଥିଲୋ ଟାଉନ ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।
Popular Categories



