www.samajalive.in
Saturday, December 6, 2025
16.1 C
Bhubaneswar

ବାଲି ଖାଦାନ ଚଢାଉ, ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟ

ନବରଙ୍ଗପୁର: କୋଡିଙ୍ଗା ତସହିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ଗଚ୍ଛିତ ରଖିଥିବା ଖାଦାନ ଉପରେ ନବରଙ୍ଗପୁର ଉପଜିଲାପାଳ ଭାସ୍କରରଇତ ଚଢାଉ କରି ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। କୋଡିଙ୍ଗା ତହସିଲର ବିଭିନ୍ନ ନଦୀଘାଟରେ ଟେଣ୍ଡର ମାଧ୍ୟମରେ ବାଲି ନିଲାମ କରାଯାଇଛି। ଆଗକୁ ବର୍ଷାଦିନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଲିଜ୍‍ଧାରୀ ମାନେ ନଦୀରୁ ମନଇଚ୍ଛା ବାଲି ଉଠାଣ କରି ଗଚ୍ଛିତ କରି ରଖିଛନ୍ତି। ବର୍ଷାଦିନରେ ନଦୀରେ ପାଣି ରହୁଥିବାରୁ ଘାଟରୁ ବାଲି ଉଠାଇବାକୁ ଅସୁବିଧା ହେବ। ତେବେ ଏବେ ଠାରୁ ଗଚ୍ଛିତ ରଖି ବର୍ଷାଦିନରେ ଗଚ୍ଛିତ ବାଲିକୁ ଚଢାଦରରେ ବିକ୍ରି କରିବା ପାଇଁ ଦିନରାତ୍ରି ନଦୀଘାଟରୁ ବେନିୟମ ଭାବେ ଟ୍ରାକ୍‍ଯର ଓ ଟ୍ରକ ମାଧ୍ୟମରେ ବାଲି ଉଠାଣ କରୁଥିବା ଖବର ପାଇ ଉପଜିଲାପଳ ଶ୍ରୀ ରଇତଙ୍କ ନେତୃତ୍ୱରେ ତହସିଲଦାର, ଅତିରିକ୍ତ ତହସିଲଦା ଓ ରାଜସ୍ୱ ନୀରିକ୍ଷକମାନେ ବିଭିନ୍ନି ଖାଦାନରେ ଚଡାଉ କରି ଏକ ଲକ୍ଷ ୭୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଜିଲାର ଅନ୍ୟାନ୍ୟ ତହସିଲ ଅଞ୍ଚଳରେ ମଧ୍ୟ ଏଭଳି ବେନିୟମ ବାଲି କାରବାର କରାଯାଉଥିବା ଜଣାଯାଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories