www.samajalive.in
Saturday, December 6, 2025
23.1 C
Bhubaneswar

ଜୈବ ଓ ଜୈବିକ ପ୍ରଣାଳୀରେ ଚାଷ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର : ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତର କଲେଜ ପଡିଆ ଠାରେ ଫାର୍ମସ ଟ୍ୱିଟର ନାମକ ସ୍ୱେଚ୍ଛାସେବୀ ସଂଗଠନ ଓ ଉମାଶଙ୍କର ସବୁଜ ଦୁନିଆ ଲିମିଟେଡ଼ ର ମିଳିତ ଆନୁକୂଲ୍ୟରେ ଏକ ଗୁରୁତ୍ୱ ପୂର୍ଣ୍ଣ କୃଷକ ତାଲିମ୍ ଶିବିର ର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରେ ସମୟପଯୋଗୀ କୃଷି ପ୍ରଣାଳୀ ତଥା ଜୈବ ଜୈବିକ କୃଷି ପ୍ରଣାଳୀ ସମ୍ବଦ୍ଧରେ ତାଲିମ୍ ପ୍ରଦାନ କରାଯାଇଥିଲା । ଏହି ଶିବିର କୁ ପଂଚାୟତ ର ୨୨ୱାର୍ଡ ର ୨୫୯ଜଣ ଶିକ୍ଷିତ ଚାଷୀ ମାନଂକୁ ରାସାୟନିକ ସାର ବଦଳ ରେ ଜୈବିକ ସାରର ଉପକାରିତା ବିଷୟରେ ବୁଝାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଅତିଥି ଭ।ବେ ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଡ଼. ଲିପିକା ମାଝୀ, କୁଞ୍ଜ ମଣି ହରିଜନ, ଚୈତନ ମିର୍ଗାନ, କଲେଜ ଅଧକ୍ଷ୍ୟ ଗଣେଶ୍ୱର ସାହୁ, ବନମାଳୀ ପୂଜାରୀ, ବନିତା ପଟନାୟକ, ୨୧ୱାର୍ଡ ମେମ୍ବରଙ୍କ ସହ ସବୁଜ ଦୁନିଆର ମୁଖ୍ୟ କୃଷ୍ଣ ଚନ୍ଦ୍ର ନାୟକ, ହୀରାଧର ସାହୁ, ସୁମନ ରାଉତ, ସୁବ୍ରତ ତାଲୁକଦାର, ପ୍ରମୋଦ କୁମାର ଗିରି, ସଚିକାନ୍ତ ଭୋଇ ଓ ସମ୍ବିତ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories