www.samajalive.in
Saturday, December 6, 2025
14.1 C
Bhubaneswar

ରାଇଘର ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରାଇଘର ପଞ୍ଚାୟତ ସମିତି  କାର୍ଯ୍ୟାଳୟରେ ଅନୁଷ୍ଟିତ ହୋଇଥିଲା। ଏଥିରେ ରାଇଘର ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳରୁ ଆସିଥିବା ୭୨ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିଲା ସେଥି ମଧ୍ୟରୁ ୩୮ ଜଣଙ୍କର ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବାବେଳେ ୩୫ ଗୋଟି ଗୋଷ୍ଠୀ ଗତ ଥିଲା। ଏଥିରେ ପାନୀୟଜଳ, ସ୍ବାସ୍ଥ୍ୟ ସେବା, ରାସ୍ଥା ନିର୍ମାଣ ଓ ମରାମତି, ବିଜୁଳି ସଂଯୁକ୍ତ କରଣ, ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଭତ୍ତା, ବିଜୁ ସେତୁ ନିର୍ମାଣ, ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟ ହଷ୍ଟେଲ ନିର୍ମାଣ ଜମିଜମା ସଂକ୍ରାନ୍ତୀୟ ଇତ୍ୟାଦି ଅନ୍ତର୍ଭୁକ୍ତ।
ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ,ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଏବଂ ଏହାର ସମାଧାନ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡକ୍ଟର ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସମାଜ ସୁରକ୍ଷା ବିଭାଗ ତରଫରୁ ୬ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ଟ୍ର। ଏ ସାଇକଲ ଜଣକୁ ଶ୍ରବଣ ଯନ୍ତ୍ର,ଭତ୍ତା, ୧୩ ଜଣଙ୍କୁ ହୁ ଇଲଚୈର୍ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି ଜନଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ।  ଲିପିକା ବାରୋଇ , ରାଇଘର ବ୍ଲକ ଅଧ୍ୟକ୍ଷା ନବିନା ନାୟକ, ଜିଲ୍ଲା ଚିକତ୍ସାଧିକାରୀ ଡକ୍ଟର କାଳୀ ପ୍ରସାଦ ବେହେରା, ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଭିମନ୍ୟୁ ମାଝୀ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବଳ, ତହସିଲଦାର ଶକ୍ତି ମହାପାତ୍ର ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories