ତହସିଲ କାର୍ଯ୍ୟାଳୟ କର୍ମଚାରୀଙ୍କ ଭୁଲ ତଥ୍ୟ ଯୋଗୁଁ ତୃତୀୟ ବ୍ୟକ୍ତି ଏବଂ ଦଲାଲ ହେଲେ ମାଲାମାଲ

ନ୍ୟାୟ ପାଇଁ ପ୍ରକୃତ ଉତ୍ତରାଧିକାରୀ ପ୍ରଶାସନର ଦ୍ବାରସ୍ଥ

ନବରଙ୍ଗପୁର : ତହସିଲ କାର୍ଯ୍ୟାଳୟ କର୍ମଚାରୀଙ୍କ ଭୁଲ ତଥ୍ୟ ଯୋଗୁଁ ତୃତୀୟ ବ୍ୟକ୍ତି ଏବଂ ଦଲାଲ ହେଲେ ମାଲାମାଲ। ପ୍ରକୃତ ଉତ୍ତରାଧିକାରୀ ଥିବା ୩ ପିଢୀକୁ ନିଜ ରିପୋର୍ଟରେ ଦର୍ଶାଇଲେ ନାହିଁ ରାଜସ୍ୱ ନିରୀକ୍ଷକ, ଚଞ୍ଚକତା କରି ଥରେ ନୁହଁ ଦୁଇ ଦୁଇ ଥର କରାଯାଇଛି ଏହିଭଳି ଭୁଲ । ଏହି ଚଞ୍ଚକତା ପୂର୍ଣ୍ଣ ରିପୋର୍ଟକୁ ଆଧାର କରି ତୃତୀୟ ବ୍ୟକ୍ତି ଓ ଦଲାଲ ହେଲେ ମାଲାମାଲ,ପ୍ରକୃତ ହିତାଧିକାରୀ ହେଲେ କାଙ୍ଗାଳ । ତୃତୀୟ ବ୍ୟକ୍ତି ଓ ଦଲାଲଙ୍କ ପାଇଁ ତହସିଲ କର୍ମଚାରୀଙ୍କ ଅହେତୁକ ଅନୁକମ୍ପା। ପ୍ରକୃତ ସତ୍ୟକୁ ଲୁଚାଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ନେଇ ସମ୍ପୃକ୍ତ ପରିବାର ପକ୍ଷରୁ ତହସିଲଦାର, ଥାନା ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।
prayash
୨୦୦୬ ମସିହାରେ ନବରଙ୍ଗପୁର ସହରର ତତ୍କାଳୀନ ରାଜସ୍ୱ ନିରୀକ୍ଷକ, ତୃତୀୟ ବ୍ୟକ୍ତି ଓ ଦଲାଲଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାକୁ ଯାଇ ନବରଙ୍ଗପୁର ସହରର ୧୭ ନମ୍ବର ୱାର୍ଡର ସ୍ବର୍ଗତ ସମନାଥ ଭତରାଙ୍କ ୫ ଏକର ୧୨ ସେଣ୍ଟ ଘର ଉପଯୋଗୀ ଜମିର ପ୍ରକୃତ ମାଲିକାନାକୁ ନେଇ ରାଜସ୍ୱ ନିରୀକ୍ଷକ ତାଙ୍କ ତଦନ୍ତ ରିପୋର୍ଟରେ ଖାତାଦାର ସ୍ବର୍ଗତ ସମନାଥଙ୍କ ପରେ ତାଙ୍କ ୩ ପିଢିକୁ ଦୃଷ୍ଟି ଆଢୁଆଳରେ ରଖି ସମନାଥଙ୍କ ଗୋଟିଏ ମାତ୍ର ଝିଅ ସ୍ବର୍ଗତ ପିଆସି ଭତରାଙ୍କ ନିକଟରେ ରାଜସ୍ବ ନିରୀକ୍ଷକ ତାଙ୍କ କଲମ ଚାଳନାକୁ ଅଟକାଇ ଦେଲେ। ରାଜସ୍ୱ ନିରୀକ୍ଷକଙ୍କ ଏହି ଅଧା ଅଧୁରା ରିପୋର୍ଟ ଆଧାରରେ ତୃତୀୟ ବ୍ୟକ୍ତି ଅର୍ଥାତ ସ୍ବର୍ଗତ ସମନାଥ ଭତରାଙ୍କ ସାନ ଭାଇ ସ୍ବର୍ଗତ ସୁକୁ ଭତରାଙ୍କ ପୁଅ ଡମୁ ଭତରାଙ୍କ ନାମକୁ ବଡବାପା ସମନାଥଙ୍କ ଉତ୍ତରାଧିକାରୀ ଦର୍ଶାଇ ଥିଲେ। ପ୍ରକୃତ ଉତ୍ତରାଧିକାରୀ  ଜୀବିତ ଥିବା ସତ୍ତ୍ୱେ ତାଙ୍କ ସ୍ୱଅର୍ଜିତ ସମ୍ପତ୍ତିକୁ ଡମୁ ନିଜ ନାରେ ପଟ୍ଟା କରିବାରେ ସଫଳ ହେଲା । ସମନାଥଙ୍କ ଅଶିକ୍ଷିତ ପୁଅ, ଝିଅ, ନାତି,ନାତୁଣୀ ତାଙ୍କ ମଲିକାନାକୁ ନେଇ ଚଞ୍ଚକତା ହୋଇଥିବା ଜାଣି ପାରିନଥିଲେ।

 ସ୍ବର୍ଗତ ସମନାଥ ଭତରାଙ୍କ ୫ ଏକର ୧୨ ସେଣ୍ଟ ଜମି ମଧ୍ୟରୁ ୭୪ ସେଣ୍ଟ ଜାଗାରେ ପୂର୍ତ୍ତ ବିଭାଗର ତରଫରୁ  ନବରଙ୍ଗପୁର, ରାଜୋଡା ପକ୍କା ରାସ୍ତା ନିର୍ମାଣ ହେବା ଦ୍ୱାରା ଜମି ମାଲିକଙ୍କୁ ୭୪ ସେଣ୍ଟ ଜମି ବାବଦକୁ ୨ କୋଟି ୩୫ ଲକ୍ଷ କ୍ଷତିପୂରଣ ଟଙ୍କା ଡମୁ ଭତରାର ଆକାଉଣ୍ଟକୁ ଯିବା ପରେ ଘଟଣା ପ୍ରଘଟ ହୋଇଥିଲା। ସମନାଥଙ୍କ ପ୍ରକୃତ ଉତ୍ତରାଧିକାରୀ ମାନେ ତାଙ୍କ ଜମିକୁ ଜାଲିଆତି କରି ଡମୁ ଭତରା ନିଜ ନାରେ କରାଇ ନେଇଥିବା ଜାଣିପାରିଥିଲେ । ଏହାପରେ ସମ୍ପୃକ୍ତ ପରିବାର ପକ୍ଷରୁ ନବରଙ୍ଗପୁର ଥାନାରେ ଏତଲା ଦେବା ସହ ନବରଙ୍ଗପୁର ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଏହି ଅଭିଯୋଗକୁ ଭିତ୍ତି କରି ନବରଙ୍ଗପୁର ଥାନା ଅଧିକାରୀ ଡମୁର ବ୍ୟାଙ୍କ ଆକାଉଣ୍ଟକୁ ସିଜ କରିବା ପାଇଁ ସମ୍ପୃକ୍ତ ବ୍ୟାଙ୍କକୁ ଲେଖି ଜଣାଇଥିଲେ, ଏବଂ ସରଜମିନ ତଦନ୍ତ କରି ସମନାଥଙ୍କ ପ୍ରକୃତ ଉତ୍ତରାଧିକାରୀ କେଉଁମାନେ ଅଛନ୍ତି ରିପୋର୍ଟ ପ୍ରଦାନ କରିବାକୁ ନବରଙ୍ଗପୁର ତହସିଲକୁ ଲିଖିତ ଭାବେ ମାଗିଥିଲେ । ନବରଙ୍ଗପୁର ଥାନା ଅଧିକାରୀଙ୍କ ଚିଠି ଉପରେ ପ୍ରଥମେ ବର୍ତ୍ତମାନର ରାଜସ୍ୱ ନିରୀକ୍ଷକ ପୁରା ଠିକ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ କିନ୍ତୁ କୌଣସି କାରଣ ବଶତଃ ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟକୁ ଅଗ୍ରାହ୍ୟ କରି ନବରଙ୍ଗପୁର ତହସିଲ ସୁପ୍ରଭାଇଜର  ନିଜେ ସରଜମିନ ତଦନ୍ତ ନକରି, ୨୦୦୬ ମସିହାର ରିପୋର୍ଟକୁ ନକଲ କରିବା ସହ ନବରଙ୍ଗପୁର ସହରରେ ରହୁନଥିବା ଲୋକଙ୍କୁ ସାକ୍ଷୀ ରଖି ସେମାନଙ୍କ ଦସ୍ତଖତ କରାଇ ଆଉ ଗୋଟେ ରିପୋର୍ଟ ପ୍ରସ୍ତୁତ କରି ଦେଇଥିଲେ । ଏହି ରିପୋର୍ଟରେ ମଧ୍ୟ ସମନାଥଙ୍କ ୩ ପିଢ଼ି ନଥିବା ଦର୍ଶାଯାଇଛି । ସରକାରୀ ବାବୁ ଓ ଦଲାଲ ମାନଙ୍କ ମଧୁ ଚନ୍ଦ୍ରିକା କାରଣରୁ ଏହିଭଳି ବାରମ୍ବାର ଭୁଲ ରିପୋର୍ଟ ପ୍ରଦାନ କରାଯାଉଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହେଉଛି । ଏପଟେ ଏହି ଘଟଣା ପରେ ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ, ଅତିରିକ୍ତ ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିବା କହିଛନ୍ତି।

kalyan agarbati

Comments are closed.