ତିନିଜଣଙ୍କୁ ହତ୍ୟା ଅଭିଯୋଗରେ ନାବାଳକକୁ ୩ ବର୍ଷ କାରାଦଣ୍ଡାଦେଶ

0

ରାୟଗଡା:  ଗୁଣି ଗାରେଡି ସନ୍ଦେହରେ ତିନିଜଣଙ୍କୁ ପିଟି ପିଟି   ହତ୍ୟା କରିବା ପରେ ପୋତି  ଦେବା ଓ ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ବାହର କରି ପୁଣି ପୋଡିଦେଇଥିବା ଅଭିଯୋଗରେ ଜଣେ ନାବାଳକକୁ ୩ ବର୍ଷ କାରାଦଣ୍ଡା ଦେଶ ହୋଇଛି । ରାୟଗଡାର ପ୍ରିନ୍ସପାଲ ମାଜିଷ୍ଟ୍ରେଟ୍‌ ଜୁଭେନାଇଲ୍ ଜଷ୍ଟିସ୍‌ ବୋର୍ଡ ଏହି ଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ପୂର୍ବରୁ ଅନ୍ୟ ୯ ଜଣଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି ।

ସୂଚନା ଯୋଗ୍ୟ ରାୟଗଡା ଜିଲା ଗୁଣୁପୁରରେ ଏହି  ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା । ଗୁଣୁପର ଏଡିଜେଏମ୍ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଅଜନ୍ତ ଶବର, ବୁଭୂନା ଶବର, ମାଲୁକୁ ଶବର, ପୋଡନ୍ତୁ ଶବର, ଇରୁ ଶବର, ଲାକିଆ ଶବର, ଡେଗୁନ ଶବର, ଦଶନ୍ତ ଶବର ଓ ଦାଲସା ଶବରଙ୍କୁ ଏହି ଅଭିଯୋଗରେ ଫାଶୀ ଦଣ୍ଡାଦେଶ ଶୁଣାଯାଇଛି  । ୨୦୧୬ ସେପ୍ଟେମ୍ବର ୧୭ତାରିଖରେ ପୁଟାସିଂ ଥାନା କିପୁମ ଗାଁରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ବାପା ମା’ ଓ ଝିଅକୁ ଏକ ଗୁହାଳ ଘରେ ବାନ୍ଧି ପିଟିଥିଲେ ଏବଂ ଝିଅ ସହ ଦୁଷ୍କର୍ମ କରିବା ପରେ ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା କରିଥିଲେ । ପ୍ରଥମେ ସେମାନଙ୍କ ମୃତଦେହକୁ ପୋତି ଦେଇଥିଲେ ଏବଂ  ପ୍ରମାଣ ନଷ୍ଟ କରିବାକୁ ମୃତ ଦେହ ବାହାର କରି ପୋଡ଼ି ଦେଇଥିଲେ ।

Leave A Reply