www.samajalive.in
Thursday, December 11, 2025
14.1 C
Bhubaneswar

ବିଜେଡ଼ିରେ ମିଶିବା ପରେ ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ

ଝାରସୁଗୁଡ଼ା : ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଝାରସୁଗୁଡ଼ା ବିଧାୟକ ନବ ଦାସ ଗୁରୁବାର ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଏହାର କିଛି ସମୟ ପରେ ସେ ଝାରସୁଗୁଡ଼ା ବିଧାୟକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡ଼ା ଗସ୍ତରେ ଆସିଥିବା ବେଳେ ଅମଲିପାଲ୍ଲୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବ ଦାସ ବିଜେଡ଼ିରେ ଯୋଗ ଦେଇଛନ୍ତି। ଏଥିସହିତ ୫ ବ୍ଲକ ଚେୟାରମାନ ଓ ୮ ଜିଲ୍ଳା ପରିଷଦ ମଧ୍ୟ ବିଜେଡିରେ ମିଶିଛନ୍ତି।

ଦଳରେ ଯୋଗ ଦେବା ପରେ ନବ ଦାସ କହିଛନ୍ତି, ‘‘ଲୋକାଭିମୁଖୀ କାର୍ୟ୍ୟ ପାଇଁ ମୁଁ ବିଜେଡ଼ିକୁ ପସନ୍ଦ କରିଛି ଓ ଝାରସୁଗୁଡ଼ାର ଉନ୍ନତି ପାଇଁ ବିଜେଡ଼ିରେ ସାମିଲ ହେଲି। ଝାରସୁଗୁଡ଼ାର ଉନ୍ନତି ପାଇଁ ମୁଁ ଅଙ୍ଗୀକାରବଦ୍ଧ’’।

- Advertisement -

ଗୁରୁବାର ବିଜେଡ଼ିରେ ଯୋଗ ଦେବା ପରେ ନବ ଦାସ ତାଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିସହିତ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି।

ଅନ୍ୟପକ୍ଷରେ ନବଙ୍କ ବିଜେଡ଼ିରେ ମିଶିବାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘‘ନବଙ୍କ ବିଜେଡ଼ିରେ ମିଶିବା କଂଗ୍ରେସକୁ ପ୍ରଭାବିତ କରିବ ନାହିଁ। ପଶ୍ଚିମ ଓଡ଼ିଶାରେ ବିଜେଡ଼ି ନିଜକୁ ଦୁର୍ବଳ ଭାବୁଛି। ହେଲେ ଆମ ନେତାଙ୍କୁ ନେବା ବିଜେଡ଼ିର ସବଳତା ନୁହେଁ’’।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ୧୬ ତାରିଖରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ନବ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ସେ ବିଜେଡିରେ ମିଶିବେ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories