www.samajalive.in
Tuesday, December 9, 2025
26.1 C
Bhubaneswar

ଆମେଥିରେ ରାହୁଲଙ୍କୁ ବିରୋଧ

ଆମେଥି: କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧିଙ୍କୁ ତାଙ୍କ ନିଜ ସଂସଦୀୟ କ୍ଷେତ୍ର ଆମେଥିରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଗତ ବୁଧବାର ରାହୁଲ୍‍ ଏକ ନିର୍ବାଚନୀ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ଗୌରୀଗଞ୍ଜଠାରେ କୃଷକମାନେ ରାହୁଲ୍‍ଙ୍କୁ ବିରୋଧ କରିବା ସହିତ ବିଭିନ୍ନ ସ୍ଲୋଗାନ୍‍ ଦେଇଥିଲେ। ସେଠାରେ ରାଜୀବ ଗାନ୍ଧି ଫାଉଣ୍ଡେସନ୍‍ ଦଖଲରେ ଥିବା ଏକ ଜମିକୁ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ହସ୍ତାନ୍ତର କରିବା କିମ୍ବା ସେମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।
ବିକ୍ଷୋଭକାରୀଙ୍କ ନେତା ସଞ୍ଜୟ ସିଂହ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର ଲୋକମାନେ ରାଜୀବଙ୍କ ଉପରେ ଖୁବ୍‍ ଅସନ୍ତୁଷ୍ଟ। ସେ ଆମର ଜମିକୁ ହଡ଼ପ କରିଛନ୍ତି। ସେ ଏଠାରେ ରହିବାକୁ ଯୋଗ୍ୟ ନୁହନ୍ତି। ତେଣୁ ତୁରନ୍ତ ଇଟାଲି ଚାଲିଯିବା ଆବଶ୍ୟକ।
ସୂଚନାଯୋଗ୍ୟ, ୧୯୮୬ ମସିହାରେ କୌସାର ଶିଳ୍ପାଞ୍ଚଳରେ ଜୈନ ବ୍ରଦର୍ସ ସମ୍ରାଟ ସାଇକଲ୍‍ କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ଉତ୍ତରପ୍ରଦେଶ ରାଜ୍ୟ ଶିଳ୍ପ ବିକାଶ ନିଗମଠାରୁ ୬୫.୫୭ ଏକର ଜମି ଲିଜ୍‍ରେ ନେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆମେଥି ସାଂସଦ ଥିବା ବେଳେ ଫ୍ୟାକ୍ଟ୍ରି ଉଦ୍‍ଘାଟନ କରିଥିଲେ। କିନ୍ତୁ କମ୍ପାନୀ ଆରମ୍ଭ ହୋଇ ନ ପାରିବାରୁ ୨୦୧୪ରେ ଜମିକୁ ଡେବ୍‍ଟ ରିକଭରିି ଟ୍ରିବ୍ୟୁନାଲ୍‍ ନିଲାମ କରି ୨୦.୧୦ କୋଟି ଟଙ୍କା ସଂଗ୍ରହ କରିଥିଲା। କମ୍ପାନୀର ଋଣ ଶୁଝିବାରେ ତାହା ବିନିଯୋଗ ହୋଇଥିଲା । ଉକ୍ତ ଜମିକୁ ରାଜୀବ ଗାନ୍ଧି ଚାରିଟେବୁଲ୍‍ ଟ୍ରଷ୍ଟ କିଣିଥିଲା। ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ୧,୫୦,୦୦୦ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦିଆଯାଇଥିଲା।
ପରବର୍ତ୍ତୀ ସମୟରେ ନିଲାମ ପ୍ରକ୍ରିୟାକୁ ଅବୈଧାନିକ ଦର୍ଶାଇ ଜମିକୁ ସ୍ମାର୍ଟ ସାଇକଲ କମ୍ପାନୀକୁ ହସ୍ତାନ୍ତର କରିବାକୁ ଗୌରାଜଙ୍ଗ ଏସ୍‍ଡିଏମ୍‍ କୋର୍ଟ ଉତ୍ତରପ୍ରଦେଶ ଶିଳ୍ପ ବିକାଶ ନିଗମକୁ ନିର୍ଦେଶ ଦେଇଥିଲେ। ତା’ ପରଠାରୁ ଉକ୍ତ ଜମିର ମାଲିକାନା ଉତ୍ତରପ୍ରଦେଶ ଶିଳ୍ପ ବିକାଶ ନିଗମ ପାଖରେ ଥିବା ବେଳେ ରାଜୀବ ଗାନ୍ଧି ଚାରିଟେବୁଲ୍‍ ଟ୍ରଷ୍ଟ ଦଖଲରେ ରହିଛି। ଏହାପୂର୍ବରୁ ମଧ୍ୟ ସ୍ମୃତି ଇରାନୀ ରାହୁଲ୍‍ ଗାନ୍ଧିଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିଥିଲେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories