www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ: ହିଂସା ବେଳେ ମନ୍ଦିରର ସୁରକ୍ଷା ପାଇଁ ଢାଲ ହୋଇ ଛିଡ଼ା ହେଲେ ମୁସଲମାନ ଯୁବକ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ମଙ୍ଗଳବାର ରାତିରୁ ବୁଧବାର ଭୋର ପର୍ଯ୍ୟନ୍ତ ହିଂସା ଲାଗିରହିଥିଲା। ବଡ଼ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକେ ଜଣେ କଂଗ୍ରେସ ବିଧାୟକଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଏହା ସହିତ ଡିଜେ ହାଲି ଏବଂ କେଜି ହାଲି ଥାନା ଉପରେ ବି ଆକ୍ରମଣ କରିଥିଲେ। ସହରର କିଛି ଅଂଶରେ ଏହି ହିଂସା ରାତି ତମାମ୍‌ ଜାରି ରହିଥିଲା। ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଫେସବୁକରେ କିଛି ଆପତ୍ତିଜନକ ପୋଷ୍ଟ କରାଯିବାକୁ ନେଇ ଏହି ଘଟଣାର ସୂତ୍ରପାତ ହୋଇଥିଲା। ପୁଲକେଶିନଗର କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ଭଣଜା ଏହି ପୋଷ୍ଟ କରିଥିଲେ। ତେବେ ଏହି ହିଂସା ସମୟରେ କିଛି ମୁସଲମାନ ଯୁବକ ଏକ ମନ୍ଦିରର ସୁରକ୍ଷା ଢାଲ ହୋଇ ଛିଡ଼ା ହୋଇଥିଲେ। ମନ୍ଦିର ବାହାରେ ହିଂସା ଏବଂ ଭଙ୍ଗାରୁଜା ଚାଲିଥିବାବେଳେ ଏହି ମୁଲସମାନ ଯୁବକମାନେ ମାନବ ଶୃଙ୍ଖଳ କରି ମନ୍ଦିର ଚାରିପଟେ ଛିଡ଼ା ହୋଇଥିଲେ, ଯାହା ଏକତାର ବାର୍ତ୍ତା ଦେଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ଏହି ଭିଡିଓ ଜାରି କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଘଟିଥିବା ହିଂସାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ହିଂସାକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଗୁଳି ଚଳାଇବାରୁ ଏମାନଙ୍କ ମୃତ୍ୟୁ ଘଟିଛି। ହିଂସାରେ ୫୦ରୁ ଅଧିକ ପୁଲିସ ଏବଂ ଜନସାଧାରଣ ଆହତ ହୋଇଛନ୍ତି। ବୁଧବାର ସୁଦ୍ଧା ୧୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଙ୍ଗାଲୁରୁ ପୁଲିସ କମିଶନର କମଲ ପନ୍ତ କହିଛନ୍ତି। ଏହା ସହିତ ଆପତ୍ତିଜନକ ପୋଷ୍ଟ କରିଥିବା କଂଗ୍ରେସ ବିଧାୟକଙ୍କ ଭଣଜା ନବୀନ ମୂର୍ତ୍ତିଙ୍କୁ ବି ଗିରଫ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories