କଟକ: ସାରା ଦେଶରେ ଆଜି ଆନନ୍ଦ ଉହ୍ଲାସର ସହ ଇଦ ଉଲ ଫିତର ପାଳନ କରାଯାଉଛି। କଟକସ୍ଥିତ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ପକ୍ଷରୁ ଆଜି ଇଦ ପାଳନ ନେଇ ନିଷ୍ପତ୍ତି ହୋଇଥିଲା। ଆଜି ସକାଳୁ ମଜଜିଦ ଗୁଡିକରେ ସମୂହ ନମାଜ ପାଠ କରାଯାଉଛି। ନିଷ୍ଠାର ସହ ପୁରା ମାସ ରୋଜା ବା ଉପବାସ ପାଳିଥିଲେ ଇସଲାମ୍ ଧର୍ମାବଲମ୍ବି ଭାଈଭଉଣୀ ମାନେ । ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇ ବଡ ଧୂମଧାମ ସହକାରେ ଏହି ପର୍ବକୁ ପାଳନ କରାଯାଉଛି। ଘରେ ଘରେ ବିରିୟାନୀ, ଲଚ୍ଛା, ସିମେଇ, ଖଜୁର ଆଦି ପ୍ରସ୍ତୁତ କରାଯାଉଛି। ସେପଟେ ଇଦ ଅବସରରେ ଭଦ୍ରକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।
Popular Categories



