www.samajalive.in
Saturday, December 6, 2025
26.1 C
Bhubaneswar

ବିଷ ବଳୟରେ ଝାରସୁଗୁଡା: ବାୟୁ ଗୁଣବତ୍ତା ସୂଚକାଙ୍କ ୧୦୦ ପାର୍

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ବାୟୁ ପ୍ରଦୂଷଣ ବଢ଼ୁଛି। ବୁଧବାର ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏୟୁଆଇ) ୧୦୫ ଥିବା ତଥ୍ୟରୁ ଜଣାପଡ଼ିଛି। ମୁମ୍ବାଇର ଏକ୍ୟୁଆଇ ୭୮ଥିବା ବେଳେ ହାଇଦ୍ରାବାଦର ୧୦୬ ଓ ରାଜସ୍ଥାନର ଜୟପୁର ସହର ୧୦୯ ରହିଛି। ଯାହା ଝାରସୁଗୁଡ଼ାର ପ୍ରଦୂଷଣ ସୂଚକାଙ୍କରୁ ସାମାନ୍ୟ ଅଧିକ। ତେବେ ଦେଶର ସର୍ବାଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ଦିଲ୍ଲୀର ପ୍ରଦୂଷଣ ସୂଚକାଙ୍କ ହେଉଛି ଏକ୍ୟୁଆଇ ୧୩୭। ଆଗକୁ ଝାରସୁଗୁଡ଼ାର ତାପମାତ୍ରା ସହିତ ବାୟୁ ପ୍ରଦୂଷଣ ବଢ଼ିବା ପୂର୍ବାନୁମାନ କରାଯାଇଛି। ଆଇକ୍ୟୁ ଏୟାର ନାମକ ଏକ ୱେବ୍ ସାଇଟରେ ଝାରସୁଗୁଡ଼ାର ପ୍ରଦୂଷଣ ୧୧ ତାରିଖ ୧୨୧ ଓ ୧୨ ତାରିଖ ୧୧୫ ଏକ୍ୟୁଆଇ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଶିଳ୍ପ ଓ ଖଣି ଘେରି ରହିଥିବା ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ସହରର ବାୟୁ ସର୍ବଦା ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ବାୟୁ ପ୍ରଦୂଷଣ ସକାଶେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଝାରସୁଗୁଡ଼ା ସହରରେ ଥିବା ବେଦାନ୍ତ, ଜେଏସଡବ୍ଲୁ ବିପିଏସଏଲ, ବନହରପାଲିର ଓପିଜିସି ଓ ଜେଏସଡବ୍ଲୁ ପାୱାର ସମେତ ପଡ଼ୋଶୀ ଜିଲାର ଦର୍ଲିପାଲିରେ ଥିବା ଏନଟିପିସି ଭଳି ବୃହତ୍ତର ତାପଜ କାରଖାନା ଗୁଡ଼ିକ ପାଇଁ ପ୍ରଦୂଷଣ ବଢ଼ୁଛି।  ପ୍ରଦୂଷଣ ଉତ୍ସର୍ଜନ ହ୍ରାସ ସକାଶେ ଅନେକ ପଦ‌େ‌କ୍ଷପ ଗ୍ରହଣ କରାଯାଉଛି। କିନ୍ତୁ କିଛି ସୁଫଳ ମିଳୁନି।  ପ୍ରଦୂଷଣ ରୋକିବା ଦିଗରେ ପ୍ରଦୂଷର ନିୟନ୍ତ୍ରଣ ବିଭାଗ ନିଦାବିଷ୍ଣୁ ସାଜିଛି। ତେଣୁ ଏ ଦିଗରେ ଆବଶ୍ୟକ ପଦ‌େ‌କ୍ଷପ ନେବା ନିତାନ୍ତ ଜରୁରୀ ହୋଇପଡିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories