www.samajalive.in
Friday, December 12, 2025
15.1 C
Bhubaneswar

ଅଲୋଡା ମଣିଷ: ଶିବଙ୍କୁ ଭରସା ବ୍ୟାଗ ଓ ବାଡି, ବାରଣ୍ଡାରେ ବିତୁଛି ଜୀବନ

ମୁରିବାହାଲ:ଆମ ସମାଜରେ ଅନେକ ମଣିଷ ଆଜି ଅଲୋଡା। ସେହି ମଣିଷଙ୍କ ସ୍ୱର ହେବାକୁ କେହି ନାହିଁ। ଆମେ ସାଜିବୁ ସେହି ମଣିଷଙ୍କ ପାଇଁ ସୂତ୍ରଧର ଓ ସାହାରା। ସମାଜର ପଛ ଧାଡିରେ ରହିଯାଇଥିବା ମଣିଷଙ୍କ ସମସ୍ୟା ଉଠାଇବୁ ‘ଅଲୋଡା ମଣିଷ’ ଶୀର୍ଷକରେ। ‘ସମାଜ’ର ଏହି ପ୍ରୟାସ ସହ ଯୋଡି ହେବେ। ଆହ୍ୱାନ:ଜଣେ ଜଣେ ଅଲୋଡା ମଣିଷଙ୍କ ପାଇଁ ଆପଣ ସାଜିବେ ସାରଥୀ।

ନାଁ ଶିବ ଛୁରା। ବୟସ ୬୦ରୁ ଊର୍ଦ୍ଧ। ମୁରିବାହାଲର ହାଟପଦାରେ ଥିବା ହନୁମାନ ମନ୍ଦିର ପିଣ୍ଡାରେ ସେ ବସିଥିଲେ। ମଧୁମେହ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଶିବ। ତେଣୁ ଗୋଡ ପଚି ଯାଇଥିବା ବେଳେ ନାକଫଟା ଦୁର୍ଗନ୍ଧ। ପାଖକୁ ଯିବା ବି କଷ୍ଟକର। ଘର ଷ୍ଟେସନ ପଡ଼ାରେ କହୁଥିବା ବେଳେ ସେଠାରେ ତାଙ୍କର ଘର ହିଁ ନାହିଁ। ନା ଅଛି ତାଙ୍କ ପାଖରେ ଆଧାର କାର୍ଡ ନା ଅନ୍ୟ କିଛି। ଠିକଣା ହଜାଇଲା ଭଳି ଶିବ ଭିକ ମାଗି ଚଳନ୍ତି। ମିଳିଲେ ଖାଆନ୍ତି ନହେଲେ ଉପାସରେ ରହିଯାଆନ୍ତି। ତାଙ୍କ ସ୍ତ୍ରୀ, ପିଲା ଛୁଆ କୁଆଡେ ଗଲେ ତାହା କାହାକୁ ମାଲୁମ ନାହିଁ। ଶିବଙ୍କ ଗୋଡ ଘା ଅବସ୍ଥା ସାଂଘାତିକ, ତେଣୁ ସେ ଠିକ୍ ଭାବେ ଚାଲି ବି ପାରନ୍ତି ନାହିଁ। ଖଣ୍ଟିଏ ବ୍ୟାଗ(ସେଥିରେ ଆବଶ୍ୟକ କପଡ଼ା), ଚାଲିବା ପାଇଁ ବାଡି ହିଁ ତାଙ୍କ ସମ୍ପତ୍ତି। ହନୁମାନ ମନ୍ଦିର ବାରଣ୍ଡାରେ ବସିଥିଲେ ବି ସେ ମୁରିବାହାଲ ପେକ୍ସ ବାରଣ୍ଡାରେ ସୁଆ ବସା କରନ୍ତି। ଶିବଙ୍କ ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ଜଳଖିଆ ଖାଇବାକୁ ଦିଆଯାଇଥିଲା। ଏହାପରେ ସ୍ଥାନୀୟ ଡାକ୍ତରଖାନାକୁ ଯୋଗାଯୋଗ କରି ତାଙ୍କର ଗୋଡର ଡ୍ରେସିଂ କରିବାକୁ ଅନୁରୋଧ କରାଯାଇଥିଲା। ଶିବ ଯିବା ପରେ ତାଙ୍କର ଡ୍ରେସିଂ ହୋଇଥିଲା।
ସରପଞ୍ଚ ଲତା ହେର୍ଣ୍ଣା ଓ ପିଇଓ ଗୁଣନିଧି ପାଇକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେମାନେ ସତେନ ହୋଇଥିଲେ। ମୁରିବାହାଲ ବିଡିଓ ମହେନ୍ଦ୍ର ପ୍ରଧାନୀଙ୍କୁ ଯୋଗାଯୋଗ କରିବାରୁ ଶିବଙ୍କର ଆଧାର କାର୍ଡ କରାଯିବ। ଭତ୍ତା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ ପଞ୍ଚାୟତ ପକ୍ଷରୁ ଚାଉଳ ୧୦ କେଜି, ଡାଲି ଜରୁରୀକାଳୀନ ଭାବେ ଦିଆଯାଇଥିବା ସୂଚନା ମିଳିଛି। ହେଲେ ଶିବଙ୍କ ଭୋକ କ’ଣ ଚାଉଳ ଓ ଡାଲିରେ ମେଣ୍ଟିଯିବ?

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories