www.samajalive.in
Monday, December 8, 2025
13.1 C
Bhubaneswar

ବଲାଙ୍ଗିର: ବନ୍ଧୁକ ମୁନରେ ୨ଲକ୍ଷ ୬୦ ହଜାର ଟଙ୍କା ଲୁଟ୍

ବଲାଙ୍ଗିର:ବଲାଙ୍ଗିର ଜିଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ପୁଇନ୍ତଲା-ଲଖପାଲି ରାସ୍ତାରେ ଚକଲେଟ-ବିସ୍କୁଟ ହୋଲସେଲର୍ କମଳ ଚୌଧୁରୀଙ୍କର ଗୋଦାମ ରହିଛି। ଏଠାରୁ ନିଜ ବ୍ୟବସାୟ କାରବାର ଚଳାନ୍ତି ଶ୍ରୀ ଚୌଧୁରୀ। ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ବେଳେ ପ୍ରାୟ ୮ଜଣ ଡକାୟତ ଗୋଦାମ ଭିତରକୁ ପଶିଥିଲେ। ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀ ଶ୍ରୀ ଚୌଧୁରୀଙ୍କ ଠାରୁ ୨ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଇଥିଲେ। ଖବର ପାଇ ପୁଇଁନ୍ତଲା ପୁଲିସ ଓ ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ କୌଣସି ସୁରାକ ଜୁଟାଇ ପାରି ନାହିଁ ପୁଲିସ।

 

- Advertisement -

ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଗୋଦାମରେ ଆବଶ୍ୟକୀୟ ନମୂନା ସଂଗ୍ରହ କରିଥିଲେ। ବ୍ୟବସାୟୀ ଶ୍ରୀ ଚୌଧୁରୀ କହିଛନ୍ତି ଯେ ୨ଜଣ ଅଭିଯୁକ୍ତ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରିଥିଲେ। ସେମାନଙ୍କ ସହ ଥିବା ଅନ୍ୟ ସହଯୋଗୀମାନେ ଖଣ୍ଡା ଓ ଲୁହା ରଡ୍ ଧରି ଥିଲେ। ଏନେଇ ପୁଇନ୍ତଲା ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କୁ ଶୀଘ୍ର ଧରିବା ପାଇଁ ବଲାଙ୍ଗିର ସହରର ଟିକ୍ରାପଡ଼ାରେ ରହୁଥିବା ଶ୍ରୀ ଚୌଧୁରୀ ଦାବି କରିଛନ୍ତି। ଖୁବଶୀଘ୍ର ଡକାୟତି ମାମଲାର ପର୍ଦ୍ଦାଫାଶ କରାଯିବ ଓ ଅଭିଯୁକ୍ତମାନେ ଧରାପଡିବେ ବୋଲି ସଦର ଡିଏସ୍‌ପି ଶ୍ରୀମନ୍ତ ବାରିକ କହିଛନ୍ତି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories