ବଲାଙ୍ଗିର: ବନ୍ଧୁକ ମୁନରେ ୨ଲକ୍ଷ ୬୦ ହଜାର ଟଙ୍କା ଲୁଟ୍

ବଲାଙ୍ଗିର:ବଲାଙ୍ଗିର ଜିଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ପୁଇନ୍ତଲା-ଲଖପାଲି ରାସ୍ତାରେ ଚକଲେଟ-ବିସ୍କୁଟ ହୋଲସେଲର୍ କମଳ ଚୌଧୁରୀଙ୍କର ଗୋଦାମ ରହିଛି। ଏଠାରୁ ନିଜ ବ୍ୟବସାୟ କାରବାର ଚଳାନ୍ତି ଶ୍ରୀ ଚୌଧୁରୀ। ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ବେଳେ ପ୍ରାୟ ୮ଜଣ ଡକାୟତ ଗୋଦାମ ଭିତରକୁ ପଶିଥିଲେ। ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀ ଶ୍ରୀ ଚୌଧୁରୀଙ୍କ ଠାରୁ ୨ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଇଥିଲେ। ଖବର ପାଇ ପୁଇଁନ୍ତଲା ପୁଲିସ ଓ ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ କୌଣସି ସୁରାକ ଜୁଟାଇ ପାରି ନାହିଁ ପୁଲିସ।

 

prayash

ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଗୋଦାମରେ ଆବଶ୍ୟକୀୟ ନମୂନା ସଂଗ୍ରହ କରିଥିଲେ। ବ୍ୟବସାୟୀ ଶ୍ରୀ ଚୌଧୁରୀ କହିଛନ୍ତି ଯେ ୨ଜଣ ଅଭିଯୁକ୍ତ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରିଥିଲେ। ସେମାନଙ୍କ ସହ ଥିବା ଅନ୍ୟ ସହଯୋଗୀମାନେ ଖଣ୍ଡା ଓ ଲୁହା ରଡ୍ ଧରି ଥିଲେ। ଏନେଇ ପୁଇନ୍ତଲା ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କୁ ଶୀଘ୍ର ଧରିବା ପାଇଁ ବଲାଙ୍ଗିର ସହରର ଟିକ୍ରାପଡ଼ାରେ ରହୁଥିବା ଶ୍ରୀ ଚୌଧୁରୀ ଦାବି କରିଛନ୍ତି। ଖୁବଶୀଘ୍ର ଡକାୟତି ମାମଲାର ପର୍ଦ୍ଦାଫାଶ କରାଯିବ ଓ ଅଭିଯୁକ୍ତମାନେ ଧରାପଡିବେ ବୋଲି ସଦର ଡିଏସ୍‌ପି ଶ୍ରୀମନ୍ତ ବାରିକ କହିଛନ୍ତି।

kalyan agarbati

Comments are closed.