ଶ୍ରମିକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ମୁରିବାହାଲ: ମୁରିବାହାଲ ବ୍ଲକ୍ ଗୁଡ଼ିଘାଟ ପଞ୍ଚାୟତ କାର୍ଯ୍ୟାଳୟରେ ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ମିଶନ ଉଦ୍ଧାର ତଥା ଶିଶୁ ଚାଲାଣ ଉପରେ ଦାୟିତ୍ବ ଗୋଷ୍ଠୀଙ୍କ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଡ୍ଏଟ ଆକ୍ସନର ଜିଲା ପରାମର୍ଶଦାତା ସନ୍ଧ୍ୟାରାଣୀ ପତିଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି , ସାଇବର ସେଲ ଇନ୍ସପେକ୍ଟର ଆକାଶ ସାମଲ, ମୁରିବାହାଲ ଆଇଆଇସି କମଳଲୋଚନ ବେହେରା, ସରପଞ୍ଚ ରଶ୍ମିତା ବାଗ, ବିଏସ୍ଏସ୍‌ଓ ରିଙ୍କୁ ମେହେର, ସୁପରଭାଇଜର ପଦ୍ମାବତୀ ପରାଭୋଇ, ଜ୍ୟୋତିପ୍ରକାଶ ବ୍ରହ୍ମା, ସରୋଜ ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ବାଲ୍ୟ ବିବାହ ନିଷେଧ ପାଇଁ ଯତ୍ନବାନ ହେବା ସହିତ ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯାଇଥିଲା। ଶିଶୁ ଶ୍ରମିକ ପ୍ରଥା ନିଜେ ବନ୍ଦ କରିବା ସହିତ ଅନ୍ୟକୁ ବନ୍ଦ କରିବାପାଇଁ ପ୍ରବାର୍ତ୍ତାଇବା, ଶିଶୁମାନଙ୍କ ବିରୁଦ୍ଧରେ ଘଟୁଥିବା ବିଭିନ୍ନ ଯୌନ ଅବରାଧ କାର୍ଯ୍ୟକୁ ଦୃଢ ହସ୍ତରେ ଖଣ୍ଡନ, ନିଶୁଳ୍କ ଏବଂ ବାଧ୍ୟତା ମୂଳକ ଶିକ୍ଷା ସମସ୍ତେ କିଭଳି ପାଇପାରିବେ ସେଥିପାଇଁ ଚେଷ୍ଟା କରିବା, ଶିଶୁ ମାନଙ୍କ ବିଭିନ୍ନ ଅଧିକାର ଗୁଡିକ ଆକ୍ଷୁର୍ଣ୍ଣ ରଖି ଅନ୍ୟମାନଙ୍କୁ ସଚେତନତା କରିବା, ସର୍ବୋପରି ଶିଶୁର ସର୍ବାଙ୍ଗୀନ ଉନ୍ନତି ଯଥା ବୈଧାନିକ, ସାମାଜିକ, ରାଜନୈତିକ, ଅର୍ଥନୈତିକ, ଓ ସାଂସକୃତିକ ଅଧିକାର ଆକ୍ଷୁର୍ଣ୍ଣ ରଖିବା ନିମନ୍ତେ ନିଜେ ଲଢ଼ି ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ସଚେତନତା ପାଇଁ ଉଦ୍ୟମ ସହିତ ଶ୍ରମିକମାନେ ଉପଯୁକ୍ତ କାଗଜପତ୍ର ପ୍ରସ୍ତୁତ ପରେ ବାହାର ରାଜ୍ୟକୁ ସମ୍ମାନର ସହିତ ଯାଇପାରିବେ ବୋଲି ମତ ପ୍ରକାଶ ପାଇଥିଲା। ​ସ୍ବେଚ୍ଛାସେବୀ ଥବିର ସା ଶ୍ରମିକମାନଙ୍କ ସମସ୍ୟାର ସମାଧାନ କରାଗଲେ ସେମାନେ ଆଉ ରାଜ୍ୟ ବାହାରକୁ ଯାଆନ୍ତେ ନାହିଁ ବୋଲି ପ୍ରକାଶ କରିଥିଲେ। ପ୍ରୋଜେକ୍ଟ କୋରଡିନେଟର ଦୟାସାଗର ପ୍ରଧାନ ଧନ୍ୟବାଦ ଦେଇଥିଲେ।

Comments are closed.