www.samajalive.in
Saturday, December 6, 2025
14.1 C
Bhubaneswar

ଫେଭିକ୍ୱିକ୍‍ ସାହାଯ୍ୟରେ ନୃଶଂସ ଭାବେ ହତ୍ୟା

ବିଦିଶା : ମଧ୍ୟପ୍ରଦେଶର ବିଦିଶା ଠାରେ ଏକ ଲୋମହର୍ଷ କାରୀ ଘଟଣା ଘଟି ଯାଇଛି। ରାଜପୁତ କଲୋନୀରେ ରହୁଥିବା ହାଲ୍‍କେରାମ୍‍ କୁଶବାହା ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀର ଆଖି ଓ ଗଳାରେ ଫେଭିକ୍ୱିକ୍‍ ପକାଇ ତା’ପରେ ତଣ୍ଟି ଚିପି ତା’ର ହତ୍ୟା କରିଛି। ହତ୍ୟା ପରେ ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀ ଫେରାର୍‍ ଥିବା ଜଣା ପଡ଼ିଛି। ଖବର ଅନୁସାରେ, ନାବାଳକ ପୁଅ ବାପା ବିରୁଦ୍ଧରେ ଏହି ଅଭିଯୋଗ କରିଛି।

ପୂର୍ବରୁ ମଧ୍ୟ ଏଭଳି କିଛି ଘଟଣା ଲୋକ ଲୋଚନକୁ ଆସିଛି। ଫେବୃଆରୀ, ୨୦୧୮ରେ ଉତ୍ତରପ୍ରଦେଶର ବସ୍ତି ଜିଲାରେ ଜଣେ ପୁଅ ଏକ ଧାରୁଆ ଅସ୍ତ୍ରରେ ନିଜ ବାପାର ଗଳା କାଟିଥିଲା। ତା’ପରେ ରକ୍ତ ବନ୍ଦ କରିବା ପାଇଁ ଫେଭିକ୍ୱିକ୍‍ ସାହାଯ୍ୟରେ କଟା ଭାଗକୁ ଯୋଡ଼ିବାକୁ ଚେଷ୍ଟା କରିଥିଲା। ବାପା ର ଚିତ୍କାର ବାହାରକୁ ନଶୁଭିବା ପାଇଁ ଟିଭିର ସାଉଣ୍ଡ୍‍ ବଢାଇ ଦେଇଥିଲା। ପରିସ୍ଥିତି ଯେତେବେଳେ ଆୟତ୍ତ ବାହାରକୁ ପଳାଇ ଗଲା ସେତେବେଳେ ସେ ବାପାକୁ ଏକ ଘରେ ବନ୍ଦ କରି ଲୁଚି ପଳାଇଥିଲା।

- Advertisement -

ସେହିପରି ମେ, ୨୦୧୬ରେ ମଧ୍ୟପ୍ରଦେଶର ରେୱା ଜିଲାର ବିଜୟାକାନ୍ତ ଲକ୍ଷ୍ମୀ ନାମକ ଜଣେ ମହିଳା ମଦୁଆ ସ୍ୱାମୀକୁ ଉଚିତ୍‍ ଶିକ୍ଷା ଦେବା ପାଇଁ ସ୍ୱାମୀର ଆଖିରେ ଅଠା ପକାଇ ଦେଇଥିଲେ। ସ୍ୱାମୀ ସନ୍ତୋଷ ବିଶ୍ୱକର୍ମା ନିଶାସକ୍ତ ଥିବା ଅବସ୍ଥାରେ ସ୍ତ୍ରୀ ତା’ ଆଖିରେ ଅଠା ପକାଇ ଦେଇଥିଲେ। ସନ୍ତୋଷ ସକାକୁ ଉଠିବା ପରେ ଆଖି ପୋଡ଼ିବାକୁ ଲାଗିଲା ଓ ଆଖି ଖୋଲି ନଥିଲା। ସାହାଯ୍ୟ ପାଇଁ ପତ୍ନୀଙ୍କୁ ଚିଲାଇ ଡ଼ାକିବା ସତ୍ତ୍ବେ କୌଣସି ସାହାଯ୍ୟ ମିଳି ନଥିଲା। ପାଟି ଶୁଣି ପଡ଼ୋଶୀ ସାହାଯ୍ୟ ପାଇଁ ଆସିଥିଲେ ମଧ୍ୟ ଲକ୍ଷ୍ମୀ ସେମାନଙ୍କୁ ଘର ଭିତରକୁ ପସିବାକୁ ଦେଇ ନଥିଲେ। ତେବେ ପଡ଼ୋଶୀମାନେ ପୁଲିସ ଓ ମିଡ଼ିଆ ସାହାଯ୍ୟରେ ସନ୍ତୋଷକୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପୁଲିସ ଆସିବା ପୂର୍ବରୁ ମହିଳା ଜଣକ ଫେରାର୍‍ ହୋଇ ଯାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories