www.samajalive.in
Saturday, December 6, 2025
14.1 C
Bhubaneswar

ମଦ ପାଇଁ ମାଆକୁ ଟାଙ୍ଗିଆରେ ହତ୍ୟା କଲା ପୁଅ

ଗୁରୁଗାଓଁ : ଜଣେ ମଦ୍ୟପ ପୁଅ ମଦ ପାଇଁ ଟାଙ୍ଗିଆରେ ନିଜ ବୟସ୍କ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଦିଲ୍ଲୀ ଗୁରୁଗାଓଁ ସ୍ଥିତ ସିରୋଲରେ ଘଟିଥିବା ଶନିବାର ଜଣାପଡ଼ିଛି। ଉକ୍ତ ମହିଳା ଜଣଙ୍କ ତାଙ୍କ ମଦ୍ୟପ ପୁଅକୁ ମଦ ପାଇଁ ପଇସା ନଦେବାରୁ କ୍ରୋଧରେ ପୁଅ ମାଆର ହତ୍ୟା କରିଥିଲା। ଘଟଣା ପରେ ଅଭିଯୁକ୍ତ ଗାଁରୁ ଫେରାର ହୋଇଯାଇଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ସହ ଅଭିଯୁକ୍ତକୁ ଖୋଜିବାକୁ ଆରମ୍ଭ କରିଛି।
ଘଟଣା କ୍ରମେ ଅଭିଯୁକ୍ତ ପୁଅ ଅଧିକାଂଶ ସମୟରେ ନିଜ ମାଆକୁ ମଦ୍ୟପାନ ପାଇଁ ଜିଦ କରି ଟଙ୍କା ମାଗେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବହୁ ସମୟରେ ଝଗଡ଼ା ହୋଇଥାଏ।
ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ପୁଅ ମାଆ ଟଙ୍କା ନଦେବାରୁ କ୍ରୋଧରେ ଆସି ଟାଙ୍ଗିଆରେ ପ୍ରାୟ ୬ ରୁ ୭ ଥର ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପରିଜନଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏହା ସହ ଅଭିଯୁକ୍ତ ନାଁରେ ହତ୍ୟା ମାମଲା ରୁଜୁ କରି ତଲାସି ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories