www.samajalive.in
Sunday, December 7, 2025
14.1 C
Bhubaneswar

ବାଉଁଶରେ ପିଟି ହତ୍ୟା, ମୁଖ୍ୟ ଅଭିଯୁକ୍ତ ଗିରଫ

ଗୁରୁଡିଝାଟିଆ: ସଂଘବଦ୍ଧ ଆକ୍ରମଣରେ ବାବୁଲା ନାଏକଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ହୃଦାନନ୍ଦ ନାଏକକୁ ଖୁଣ୍ଟୁଣୀ ପୁଲିସ ଗିରଫ କରିଛି । ଅନ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ବିକାଶ ସେଠୀ ସୂଚନା ଦେଇଛନ୍ତି ।

ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ପଞ୍ଚାୟତ ଖଣ୍ଡୁଆଳୀ ଗ୍ରାମର ମୁଖ୍ୟ ଅଭିଯୁକ୍ତ ହୃଦାନନ୍ଦର ପୁଅ ନରେଶ ତା’ର ସ୍ତ୍ରୀକୁ ମାଡ଼ପିଟ କରୁଥିଲା। ମାଡ ଭୟରେ ସ୍ତ୍ରୀ ଗାଁ ଦାଣ୍ଡକୁ ଦୌଡି ଆସିଥିଲେ । ସେଠାରେ ବସିଥିବା ବାବୁଲା ଓ ଗାଁର ଅନ୍ୟଜଣଙ୍କ ଶରଣାପନ୍ନ ହୋଇଥିଲା ନରେଶର ସ୍ତ୍ରୀ। ନରେଶ କ’ଣ ପାଇଁ ମୋର ସ୍ତ୍ରୀକୁ ସୁରକ୍ଷା ଦେଉଛ ବୋଲି କହି ବାବୁଲାକୁ ଗାଳିଗୁଲଜ କରିବା ସହ ନିଜ ବାପା ହୃଦାନନ୍ଦକୁ ଡାକିଥିଲା । ଉଭୟ ନରେଶ ଓ ତା’ର ବାପା ହୃଦାନନ୍ଦ ମିଶି ବାବୁଲାକୁ ବାଉଁଶରେ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ବାବୁଲା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବାବୁଲାଙ୍କ ମୃତ୍ୟୁ ଘଟିଥିଲା। ବାବୁଲାଙ୍କ ସ୍ତ୍ରୀ ସୁମତୀ ନାଏକଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ମୁଖ୍ୟ ଅଭିଯୁକ୍ତ ହୃଦାନନ୍ଦକୁ ଗିରଫ କରିଛନ୍ତି। ଅନ୍ୟତମ ଅଭିଯୁକ୍ତ ନରେଶ ଫେରାର ରହିଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories