www.samajalive.in
Monday, December 15, 2025
26.1 C
Bhubaneswar

ହତ୍ୟା ଷଡ଼ଯନ୍ତ୍ର ମାମଲାରେ ୬ ଗିରଫ

ସୋରଡ଼ା: ବଡ଼ଗଡ଼ ଥାନା ନିକଟସ୍ଥ ଗାଙ୍ଗପୁର ଗ୍ରାମର ସନିଆ ବିଷୋୟୀ ହତ୍ୟା ମାମଲାର ପର୍ଦ୍ଦଫାଶ ହୋଇଛି । ଭଞ୍ଜନଗର ଜେଲ ପରିସରରେ ସନିଆକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିଲା ବୋଲି ପୁଲିସ କହିଛି । ସନିଆକୁ ହତ୍ୟା ପାଇଁ ୧୨ ଲକ୍ଷ ଟଙ୍କାର ସୁପାରି ଛିଡ଼ିଥିବା ବେଳେ ହତ୍ୟାକାରୀ ତିନି ଲକ୍ଷ ଟଙ୍କା ଅଗ୍ରିମ ନେଇଥିଲେ । ଅବଶିଷ୍ଟ ଟଙ୍କା ହତ୍ୟାକାଣ୍ଡ ପରେ ଦିଆଯିବାକୁ ଚୁକ୍ତି ହୋଇଥିଲା । ଏଭଳି ଏକ ହତ୍ୟା ଘଟଣାର ଖୁଲାସା କରିବା ସହ ବଡ଼ଗଡ଼ ପୁଲିସ ଶୁକ୍ରବାର ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି । ପୂର୍ବରୁ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ବଡ଼ଗଡ଼ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ଥାନାଧିକାରୀ ଜୀବନାନନ୍ଦ ଜେନା ଓ ଆସିକା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା, ସୋରଡ଼ା ଥାନାଧିକାରୀ ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏସଡିପିଓଙ୍କ ସୂଚନା ପ୍ରକାରେ ହତ୍ୟାର ଶିକାର ହୋଇଥିବା ଗାଙ୍ଗପୁର ଗ୍ରାମର ସନିଆ ବିଷୋୟୀଙ୍କ ସହ ଭଞ୍ଜନଗର ଜେଲରେ ଥିବା ଲମ୍ବୁ ତାରିଣୀଙ୍କ ମଧ୍ୟରେ କୌଣସି କାରଣରୁ ମତଭେଦ ହୋଇଥିଲା । ଏହି କାରଣରୁ ଭଞ୍ଜନଗର ଜେଲ ପରିସରରୁ ଲମ୍ବୁ ତାରିଣୀ, ଚକା ପରିଡ଼ା, ତୋଫାନ ସାହୁ ଷଡ଼ଯନ୍ତ୍ର କରିଥିଲେ । ଏମାନେ କାଳୁ ବିଶ୍ୱାଳ ସହ ଯୋଗ ସୂତ୍ର ସ୍ଥାପନ କରି ତାକୁ ସନିଆ ହତ୍ୟାକାଣ୍ଡ ସମ୍ପର୍କରେ କହିଥିଲେ । ଆଡଭାନ୍ସ ପାଇବା ପରେ କାଳୁ ବିଶ୍ୱାଳ ହତ୍ୟାକାଣ୍ଡ ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲା । ହତ୍ୟାର ମୁଖ୍ୟ ଅଭିଯୁକ୍ତ କାଳୁ ବିଶ୍ୱାଳ ପୁଲିସ ଗୁଳି ମାଡ଼ରେ ଜଖମ ହୋଇ ହସପିଟାଲରେ ଚିକିତ୍ସିତ ହେଉଛି । କାଳୁ ଆସିକାର ଏମ୍.ଅଜୟ, ରାଜା ନାହାକ ଓ ଥିରୁ ଓରଫ ଗଣେଶ ବେହେରାଙ୍କ ସମେତ ପୂର୍ବରୁ ଗିରଫ ହୋଇଥିବା ବଡ଼ଗଡ଼ ଥାନା ଗାଙ୍ଗପୁରର ବିକଳ ବିଷୋୟୀ, ଭଜରାମ ସ୍ୱାଇଁ, ତୋଫାନ ବିଷୋୟୀ, ମିଥୁନ ଭୂୟାଁ, ଲକ୍ଷ୍ମଣ ଗୌଡ଼ଙ୍କ ସମେତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅନ୍ୟ ୪ ଜଣ ମିଶି ସନିଆ ବିଷୋୟୀକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ । ଗାଁର ଏକ ମାଙ୍ଗଳିକ କାର୍ୟ୍ୟରେ ସନିଆ ବ୍ୟସ୍ତ ଥିବା ସମୟରେ କୌଶଳ କ୍ରମେ ମୋବାଇଲ ଯୋଗେ ବଡ଼ଗଡ଼ ଡକାଇ ରାସ୍ତା ଛକ ଉପରେ ତାକୁ ଅମାନୁଷିକ ଭାବେ ଗୁଳି କରି ବୋମା ପକାଇବା ସହ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ଏହି ମାମଲାରେ ସମୁଦାୟ ୬ ଜଣ ଗିରଫ ହୋଇଛନ୍ତି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories