www.samajalive.in
Monday, December 15, 2025
26.1 C
Bhubaneswar

ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା ଅଭିଯୋଗ; ଥାନାରେ ହତ୍ୟାକରୀ ସ୍ୱାମୀ ଅଟକ

ଧର୍ମଗଡ/ଗୋଲାମୁଣ୍ଡା : ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ଗୋଲାମୁଣ୍ଡା ପୁଲିସ ସ୍ବାମୀକୁ ଅଟକ ରଖିଛି। ଅଟକ ବ୍ୟକ୍ତିଙ୍କ ନାଁ ବେଣୁଧର ହରପାଲ ବୋଲି ଜଣାପଡିଛି। ମାସକ ମଧ୍ୟରେ ଗୋଲାମୁଣ୍ଡା ଥାନା ଅଂଚଳରେ ଏହା ଦ୍ୱିତୀୟ ହତ୍ୟା କାଣ୍ଡ।

ମିଳିଥିବା ସୁଚନା ଅନୁଯାୟୀ, ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୈଜଲପୁର ଗାଁର ବେଣୁଧର ହରପାଲ ସକାଳେ ପଡୋଶୀ ସମେତ ନିଜ ଶ୍ୱଶୁର ଘର ଲୋକଙ୍କୁ ଫୋନ କରି ତା’ ସ୍ତ୍ରୀ ଶୋଇବା ଅବସ୍ଥାରେ ମରିଯାଇଛି ବୋଲି ଖବର ଦେଇଥିଲା। ଶ୍ୱଶୁର ଘର ଲୋକ ଆସି ଦେଖିଲାବେଳକୁ ଯୁବତୀଙ୍କ ବେକ ଓ ଦେହରେ ବିଭିନ୍ନ କ୍ଷତ ଦେଖିବାକୁ ପାଇଥିଲେ। ମନରେ ସଂଦେହ ହେବାରୁ ଶ୍ୱଶୁର ଘର ଲୋକେ ଗୋଲାମୁଣ୍ଡା ଥାନାରେ ଏତଲା ଦେଇଥିଲେ। ଏତଲା ପରେ ଧର୍ମଗଡ ଏସଡିପିଓ ନାରାୟଣ ନାଏକ, ଗୋଲାମୁଣ୍ଡା ଆଇଆଇସି ଯୁଗଳ ଶବର ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିଲେ। ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସଂଦେହ କରି ମୃତକଙ୍କ ସ୍ୱାମୀ ବେଣୁଧର ହରପାଲଙ୍କୁ ଅଟକ ରଖିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories