www.samajalive.in
Saturday, December 6, 2025
19.1 C
Bhubaneswar

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୁରିବାହାଲ : ମୁରିବାହାଲ ଥାନା ସିଙ୍ଗପାଲି ଟଙ୍ଗ ଜୋରରେ ମଙ୍ଗଳବାର ଦିନ ସକାଳ ୭ ଟା ସମୟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତାବକ  ଭାଲୁମୁଣ୍ଡାରୁ ବଲାଙ୍ଗିର ଯିବା ସମୟରେ ସିଙ୍ଗପାଲି ଟଙ୍ଗ ଜୋରରେ ହଠାତ ଷ୍ଟିୟରିଙ୍ଗ ରଡ଼ ଛିଣ୍ଡି ବସଟି ଭାରସାମ୍ୟ ହରାଇ ପୋଲ ତଳକୁ ୨ଟି ଚକ ଚାଲିଯାଇଥିଲା । ଚାଳକ ବୁଦ୍ଧିବଳରେ ବସଟିକୁ ଆୟତ୍ତ କରିବାରୁ  ବଡ ଧରଣର ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବହୁତ ଦିନ ପୂର୍ବରୁ  ପୋଲ ତିଆରି ହୋଇଥିଲେ ମଧ୍ୟ ପୋଲଟି କାର୍ଯ୍ୟକ୍ଷମ ହୋଇ ପାରିନାହିଁ ।  ଯାହାଫଳରେ ପୁରୁଣା ପୋଲ ଦେଇ ଯାନବାହାନ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଥିବା ଅଭିଯୋଗ ହେଉଛି । ପୋଲ କାର୍ଯ୍ୟକ୍ଷମ ନ ହୋଇ ଏଭଳି ଦୁର୍ଘଟଣା ଘଟିବା ସହ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories