www.samajalive.in
Saturday, December 6, 2025
16.1 C
Bhubaneswar

ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମହାକାଳଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ସେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏନେଇ ଅଭିନେତ୍ରୀ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ନିଜ କ୍ଷତର ଏକ ଫଟୋ ଶେୟାର କରି ଘଟଣା ବିଷୟରେ ସୂଚନା ଦେଇଛନ୍ତି।

- Advertisement -

ତନୁଶ୍ରୀ ସାମାଜିକ ଗଣମାଧ୍ୟମରେ ଅନେକ ଫଟୋ ପୋଷ୍ଟ କରିଛନ୍ତି। ଏହା ମଧ୍ୟରୁ ଏକ ଫଟୋ ଦୁର୍ଘଟଣା ସମୟର ଥିଲା। ଏହି ଫଟୋରେ ଅଭିନେତ୍ରୀଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ବିଷୟରେ ସୂଚନା ଦେଇ ତନୁଶ୍ରୀ ଲେଖିଛନ୍ତି, ‘‘ଆଜି ଏକ ଦୁଃସାହସିକ ଦିନ ଥିଲା। କିନ୍ତୁ ଶେଷରେ ମହାକାଳଙ୍କ ଦର୍ଶନ ମିଳିଲା… ମାତ୍ର ମନ୍ଦିର ଯିବା ରାସ୍ତାରେ ଏକ ଅଦ୍ଭୁତ ଦୁର୍ଘଟଣା ଘଟିଲା… ଗାଡ଼ିର ବ୍ରେକ୍ ଫେଲ୍‌ ହେବା କାରଣରୁ ଦୁର୍ଘଟଣା ଘଟିଲା…। ଶରୀରରେ କିଛିଟା ସିଲେଇ ହୋଇଛି… ଜୟ ଶ୍ରୀ ମହାକାଳ!’’

ଦୁର୍ଘଟଣା ବିଷୟରେ ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତା ପ୍ରକଟ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories