www.samajalive.in
Monday, December 8, 2025
27.1 C
Bhubaneswar

ବାଦାମ ଆଇସକ୍ରିମ

ଆବଶ୍ୟକ ସାମଗ୍ରୀ
କଟା ବାଦାମ – ୨କପ
କଷ୍ଟଡ଼ ମିଲ୍କ – ୨କପ
କ୍ଷୀର – ଆବଶ୍ୟକ ଅନୁଯାୟୀ
କ୍ରିମ – ୮ ଚାମଚ
କେସର – ୧ଚାମଚ
ଗୋଟା ବାଦାମ – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ –
ଏକ ବଡ଼ ପାତ୍ରରେ ବାଦାମ, କ୍ରିମ, କଷ୍ଟଡ଼ ମିଲ୍କକୁ ଗୋଳାଇ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ସେହି ପାତ୍ରରେ କ୍ଷୀର,କେସର ପକାଇ ଭଲ ଭାବେ ଫୁଟାନ୍ତୁ। ଭଲ ଭାବେ ଖିର ଫୁଟି ଗଲେ କେସର କାରଣରୁ କ୍ଷୀରର ରଙ୍ଗରେ ପରିବର୍ତ୍ତନ ହେବ। ଏବେ ଏହି କ୍ଷୀରକୁ ଗ୍ୟାସରୁ କାଢି ଥଣ୍ଡା କରି ଦିଅନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣରେ ଏହି ଥଣ୍ଡା କରିଥିବା କ୍ଷୀରକୁ ପକାନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ବାଦାମକୁ ଭାଜି ଦିଅନ୍ତୁ ଓ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହି କଟା ବାଦାମକୁ ମିଶ୍ରଣରେ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଫ୍ରିଜରେ ୪ ଘଣ୍ଟା ରଖି ଦିଅନ୍ତୁ। ୪ ଘଣ୍ଟା ପରେ ଏହାକୁ କାଚ ପାତ୍ରରେ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ଆଇସକ୍ରିମ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories