ବର୍ଷାରେ ପାଣିରେ ଭାସିଯାଇ ୨ ଜଣଙ୍କର ମୃତ୍ୟୁ

0

ମୁମ୍ବଇ: ପ୍ରବଳ ବର୍ଷା ଯୋଗୁଁ ଭାରତ ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବଇରେ  ଜନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଜଳ ବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ବୃହତ ମୁମ୍ବଇର କଲ୍ୟାଣ ଅଞ୍ଚଳରେ  ପ୍ରବାହିତ ଖାଦଭଲି ନଦୀରୁ ୨ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମହାନଗର ନିଗମର ବିପର୍ଯ୍ୟୟ ମୁକାବିଲା ଦଳ ଏହି ମୃତ ଦେହ ଦୁଇଟିକୁ ଉଦ୍ଧାର କରିଛନ୍ତି । ଡୋମ୍ବିଭଲି ଅଞ୍ଚଳରେ ଏହି ମୃତ ଦେହ ଉଦ୍ଧାର କରାଯାଇଛି ।

prayash

ସେହିପରି  ଘାଟକୋପର ଅଞ୍ଚଳରେ ବର୍ଷା ଯୋଗୁଁ ଏକ ଖୁଣ୍ଟିରେ ବିଦ୍ୟୁତ୍‌ ଚାର୍ଜ ହେବାରୁ ଜଣେ ୪୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି ।  ମଧ୍ୟ ପଶ୍ଚିମ ରେଳର ବିଭିନ୍ନ ଟ୍ରେନ  ବର୍ଷା ଯୋଗୁଁ  ବିଳମ୍ବରେ ଚାଲୁଛି ।

kalyan agarbati
Leave A Reply