ମୁମ୍ବଇରେ ପ୍ରବଳ ବର୍ଷା ; ଜୀବନଯାତ୍ରା ପ୍ରଭାବିତ, ସ୍କୁଲ କଲେଜ ବନ୍ଦ

0

ମୁମ୍ବଇ :  ମୂଷଳଧାରାରେ ବର୍ଷା ଯୋଗୁଁ ମୁମ୍ବଇ ମହାନଗରୀରେ ବନ୍ୟା ଭଳିପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ରେଳ ଚଳାଚଳ ଉପରେ ଏହାର ପ୍ରଭାବ ପଡିବ ସହିତ ଦିନକ ପାଇଁ ମହାନଗରୀରେ ସ୍କୁଲ କଲେଜ ବନ୍ଦ ରହିଛି।

ମୁମ୍ବଇ ମହାନଗରୀ ସମେତ ଥାଣେ, କଲ୍ୟାଣ, ଡୋମ୍ବିଭିଲି ଓ ଏରୋଲି ଅଞ୍ଚଳରେ ସୋମବାର ସକାଳୁ ମୂଷଳଧାରାରେ ବର୍ଷା ଲାଗି ରହିଛି। ଦୁଇଦିନ ହେଲା ମୁମ୍ବଇ ଓ ସହରତଳି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଶେଷ କରି କୁର୍ଲା, ସିଅନ ଓ ଦାଦର ଆଦି କେନ୍ଦ୍ରୀୟ ଅଞ୍ଚଳରେ ରାସ୍ତାଘାଟରେ ପାଣି ଜମି ରହିଛି।

ସହର ତଳି ଅଞ୍ଚଳରେ ପାଣି ଜମିବାରୁ ଟ୍ରେନ ଚଳାଚଳ ବିଳମ୍ବ ହୋଇଛି। ରାସ୍ତାଘାଟରେ ପାଣି ଜମି ଜମି ରହିଥିବାରୁ ସାବଧାନତାର ସହିତ ଗାଡି ଚଳାଇବାକୁ ମହାନଗର ପୁଲିସ ପରାମର୍ଶ ଦେଇଛି। ଅନେକ ସ୍ଥାନରେ ଲୋକ ଫସି ରହିଛନ୍ତି।

ପ୍ରାୟ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

Leave A Reply