www.samajalive.in
Friday, December 5, 2025
20.1 C
Bhubaneswar

ମୁମ୍ବଇ-ପୁଣେ ଏକ୍ସପ୍ରେସ ୱେରେ ଦୁର୍ଘଟଣା ; ୫ ମୃତ, ୩ ଗୁରୁତର

ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇ-ପୁଣେ ଏକ୍ସପ୍ରେସ ୱେରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି । ଗୋଟିଏ କାର୍‍ ଅନ୍ୟ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇ ଏହି ଦୁର୍ଘଟଣାରେ ଚାଲି ଯାଇଛି ୫ ଜଣଙ୍କ ଜୀବନ । ଏହାସହ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ଖୋପୋଲୀ ଅଞ୍ଚଳରେ ମୁମ୍ବଇ-ପୁଣେ ଏକ୍ସପ୍ରେସ ୱେରେ ଗୋଟିଏ କାର୍‍ ଆଉ ଏକ ଗାଡିକୁ ଧକ୍କା ଦେଇଥିଲା । ଫଳରେ ୪ ଜଣଙ୍କର ଘଟଣା ସ୍ଥଳରେ ଓ ଅନ୍ୟ ଜଣଙ୍କର ହସ୍ପିଟାଲ ଯିବା ବାଟରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଖୁବ ଜୋରରେ ହୋଇଥିବାରୁ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ ।
ପୁଲିସ୍‍ ଅଧିକାରୀଙ୍କ କହିବାନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣା ଗୁରୁବାର ବିଳମ୍ବିତ ରାତିରେ ଘଟିଛି । କାରରେ ପ୍ରାୟ ୯ ଜଣ ଯାତ୍ରା କରୁଥିବା ବେଳେ କାରଟି ପୁଣେରୁ ମୁମ୍ବଇ ଅଭିମୁଖେ ଯାଉଥିଲା । ରାସ୍ତାରେ କାର ଚାଳକ ନିୟନ୍ତ୍ରଣ ହରାଇବାରୁ ଏହା ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାର ତଦନ୍ତ ଜାରି ରହିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories