www.samajalive.in
Monday, December 15, 2025
26.1 C
Bhubaneswar

ପ୍ରଥମ କ୍ବାଲିଫାୟର ବିଜୟ ସହ ଫାଇନାଲରେ ମୁମ୍ବଇ ଇଣ୍ଡିଆନ୍‌ସ

ଦୁବାଇ : ଆଇପିଏଲର ୧୩ଶ ସଂସ୍କରଣର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ ଗତବର୍ଷର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‌ସ ୫୭ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ହରାଇ ପୁଣିଥରେ ଫାଇନାଲରେ ପହଞ୍ଚିଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦିଲ୍ଲୀ ଟସ୍‌ ଜିତି ମୁମ୍ବଇକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ମୁମ୍ବାଇ ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୨୦୦ରନ ସଂଗ୍ରହ କରିବା ସହ ଫାଇନାଲକୁ ସିଧାସଳଖ ଯିବାପାଇଁ ୨୦୧ ରନ୍‌ର ଟାର୍ଗେଟ ଦେଇଥିଲା। ୨୦୧ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ବୁମରା ଓ ବୋଲ୍ଟଙ୍କୁ ସାମ୍ନା କରିନପାରି  ନିର୍ଧାରିତ ୨୦ ଓଭରରେ ୧୪୩ ରନରେ ଅଟକି ଯାଇଥିଲା । ଫଳରେ ପ୍ରଥମ କ୍ବାଲିଫାୟର ସହ ମୁମ୍ବାଇ ଫାଇନାଲରେ ପ୍ରବେଶ କରିଛି ।

ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ଇଶାନ କିଶାନ ଅପରାଜିତ ୫୫ରନ୍‌(୩୦ବଲ୍‌,୪ଚୌକା, ୩ଛକା) ପାଳି ଖେଳିଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୫୧, କ୍ବିଣ୍ଟନ୍ ଡି କକ୍ ୪୦, ହାର୍ଦ୍ଦିକ ପାଣ୍ଡ୍ୟା ୩୭ଞ୍ଚରନ୍‌, କୃଣାଳ ପାଣ୍ଡ୍ୟା ୧୩ରନ୍‌ ଇଂନିସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୫ଓ୍ବିକେଟ ହରାଇ ୨୦୦ରନ୍‌ ସଂଗ୍ରହ କରିଥିଲା । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆର ଅଶ୍ବିନ ୩ଟି, ଆନ୍‌ରିଚ୍‌ ନୋର୍ଜେ ଓ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ।

- Advertisement -

ମୁମ୍ବଇ ଇଣ୍ଡିଆନ୍ସକୁ ହରାଇ ସିଧାସଳଖ ଫାଇନାଲକୁ ଯିବାପାଇଁ ଦିଲ୍ଲୀକୁ ୨୦୧ ରନ୍‌ ଆବଶ୍ୟକ ହେଉଥିବା ବେଳେ ଦିଲ୍ଲୀ କିନ୍ତୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ବୁମରା ଓ ବୋଲ୍ଟଙ୍କୁ ସାମ୍ନା କରିନପାରି ଦଳ ପ୍ରଥମରୁ ବିନା କୌଣସି ରନ୍‌ରେ ୩ ଟି ୱିକେଟ ହରାଇ ସାରିଥିଲା। ଏହାପରେ ମାର୍କସ ଷ୍ଟୋଇନ୍ସ ଦଳକୁ ଏକ ଭଲ ସ୍ଥିତିକୁ ନେଉଥିବା ବେଳେ ବୁମରାଙ୍କ ଶିକାର ହୋଇଥିଲେ । ତେବେ ମାର୍କସ ଷ୍ଟୋଇନ୍ସ ବ୍ୟତୀତ ଆଉ କେହି ମୁମ୍ବାଇ ବୋଲରଙ୍କ ସାମ୍ନା କରିପାରି ନଥିଲେ । ଷ୍ଟୋଇନ୍ସ ୬୫ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ସର ପଟେଲ ରନ୍ ୪୨ କରିଥିଲେ । ଫଳରେ ଦଳ ୨୦ ଓଭରରେ ୮ ଓ୍ୱିକେଟ୍ ବିନିମୟରେ ୧୪୩ରନରେ ଅଟକି ଯାଇଥିଲା ।ମୁମ୍ବାଇ ପକ୍ଷରୁ ଜସପ୍ରିତ ବୁମରାହ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୨ ଓ କୃଣାଲ ପାଣ୍ଡ୍ୟା ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories