www.samajalive.in
Saturday, December 6, 2025
23.1 C
Bhubaneswar

୭୦୦ କୋଟି ଟପିଲା ‘୨.୦’ ; ଖୁବଶୀଘ୍ର ୧୦୦୦ କୋଟି କ୍ଲବରେ ସାମିଲ ନେଇ ଆଶା

ମୁମ୍ବଇ : ନଭେମ୍ବର ୨୯ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ୨.୦ ସିନେମା ହଲରେ ଜୋରଦାର ବ୍ୟବସାୟ କରୁଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଏସ୍‍ ଶଙ୍କର ଦ୍ୱାରା ନିର୍ମିିତ ଏହି ଚଳଚ୍ଚିତ୍ର ଭାରତୀୟ ସିନେମା ଜଗତରେ ସବୁଠାରୁ ଅଧିକ ବ୍ୟୟବହୁଳ ଚଳଚ୍ଚିତ୍ରର ମାନ୍ୟତା ହାସଲ କରିଛି। ଏହି ଚଳଚ୍ଚିତ୍ରରେ ୫୪୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଚଳଚ୍ଚିତ୍ରଟି ୧୦୦୦ କୋଟି କ୍ଲବରେ ପହଞ୍ଚିବା ନେଇ ଚଳଚ୍ଚିତ୍ର ସମୀକ୍ଷକ ଅନୁମାନ କରିଛନ୍ତି।
ସୂଚନାଯୋଗ୍ୟ ଯେ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ଦୁଇ ସପ୍ତାହ ମଧ୍ୟରେ ୭୦୦ କୋଟି କ୍ଲବରେ ପହଞ୍ଚି ସାରିଛି। ବଲିଉଡ ଇତିହାସରେ ଏହି ଚଳଚ୍ଚିତ୍ର ପ୍ରଥମ ଥର ପାଇଁ ୭୦୦ କୋଟି କ୍ଲବରେ ପହଞ୍ଚିଛି। ବାଣିଜ୍ୟ ବିଶେଷଜ୍ଞ ମନୋବଲ ବିଜୟବାଲନଙ୍କ ସୂଚନା ଅନୁସାରେ ୨.୦ ବର୍ତ୍ତମାନ ସୁଦ୍ଧା ୭୧୦.୯୮ କୋଟି ଆୟ କରିସାରିଛି। ଚଳଚ୍ଚିତ୍ରଟି ତାମିଲନାଡୁରେ ହିଁ ୧୬୬.୯୮ କୋଟି ଆୟ କରିଛି। ଭାରତ ଏବଂ ବିଦେଶରେ ମଧ୍ୟ ଏହାର ଆୟ ଧାରା ଭଲ ରହିଛି। ଆମେରିକାରେ ଏହି ଚଳଚ୍ଚିତ୍ରକୁ ତୃତୀୟ ସପ୍ତାହରେ ଚଲାଇବାକୁ ଯୋଜନା ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଚଳଚ୍ଚିତ୍ରକୁ ଏଭଳି ଦର୍ଶାଯାଇନଥିବା କୁହାଯାଉଛି। ପୃଥିବୀରେ ବଢୁଥିବା ମୋବାଇଲ ଏବଂ ରେଡିଏସନର ଭୟାବହକ ନେଇ ୨.୦ର କାହାଣୀ ନିର୍ମାଣ କରାଯାଇଛି। ଅଭିନେତା ରଜନୀକାନ୍ତ ବିଭିନ୍ନ ରୂପରେ ଦେଖିବାକୁ ମିଳିଥିବା ବେଳେ ଅଭିନେତା ଅକ୍ଷୟ କୁମାର ପକ୍ଷୀରାଜନ ଭୂମିକାରେ ଦେଖିବାକୁ ମିଳିଛି। ବିଭିନ୍ନ ଭାଷାରେ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories