www.samajalive.in
Sunday, December 14, 2025
19.1 C
Bhubaneswar

ଶୌଚାଳୟ ନିର୍ମାଣ ସରିବ କେବେ ?

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ଏକ ଶୌଚାଳୟର ଆବଶ୍ୟକତା ଥିଲେ ମଧ୍ୟ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁଁ ଶୌଚାଳୟଟିଏ ହୋଇ ପାରିନଥିଲା। ଲୋକଙ୍କ ଦୀର୍ଘ ଦିନର ଦାବି ପରେ ଗତବର୍ଷ ନିର୍ବାଚନକୁ ଆଖି ଆଗରେ ରଖି ଜୟପାଟଣା ଥାନା ସାମ୍ନାରେ ଗତ ୮ ଜାନୁଆରୀ୨୦୨୪ରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଡିଶାରୀଙ୍କ ଦ୍ବାରା ଶୌଚାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଭୋଟରଙ୍କ ପ୍ରଶ୍ନବାଣର ଭୟରେ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏବେ କେବଳ ଘର ତିଆରି କାମ ସରିଥିବାବେଳେ ସୂଚନା ଫଳକ ନ ଥିବାରୁ କେତେ ଟଙ୍କାର କାମ, କାର୍ଯ୍ୟ ସମ୍ପାଦନ ସଂସ୍ଥା, କାର୍ଯ୍ୟ ଶେଷ କେବେ ହେବ ସେ ନେଇ ଜନସାଧାରଣ ଅନ୍ଧାରରେ ରହିଛନ୍ତି। ତେବେ ଭୋଟ ସରିଲା ପରେ କାହାର ଆଉ ଧ୍ୟାନ ନାହିଁ। ଜୟପାଟଣା ସହରକୁ ପ୍ରତିଦିନ ଶହ ଶହ ଲୋକ ଥାନା, ତହସିଲ କାର୍ଯ୍ୟାଳୟ, ଉପନିବନ୍ଧନ କାର୍ଯ୍ୟାଳୟ, ଟ୍ରେଜେରୀ, କୋର୍ଟ, ଡାକ୍ତରଖାନାକୁ ଆସିଥାନ୍ତି।ଜରୁରୀ ସ୍ଥିତିରେ ଶୌଚାଳୟ ନ ଥିବାରୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ମହିଳାମାନଙ୍କୁ ବେଶୀ ହଇରାଣ ହେବାକୁ ପଡୁଛି। ଜୟପାଟଣାରେ କେବେ ଶୌଚାଳୟ ନିର୍ମାଣ କାର୍ଯ୍ୟ ସରିବ କେବେ ଲୋକେ ଶୌଚାଳୟ ବ୍ୟବହାର କରିବେ ବୋଲି ଆଲୋଚନା ହେଉଛି। ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିବା ବିଜେଡି ସରକାର ଅମଳରେ ଜୟପାଟଣା ଅଞ୍ଚଳର ଲୋକେ ଶୌଚାଳୟ ବ୍ୟବହାର କରିପାରିଲେ ନାହିଁ। ନୂଆ ସରକାରକୁ ଆଉ କେତେ ଦିନ ପରେ ବର୍ଷେ ପୂରିବ, ହେଲେ ଜୟପାଟଣାରେ ଶୌଚାଳୟ କାମ କେବେ ସରିବ ବୋଲି ପ୍ରଶ୍ନ ଉଠୁଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories