www.samajalive.in
Sunday, December 14, 2025
26.1 C
Bhubaneswar

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ କେନାଲରେ ପାଣି ଛଡ଼ାଗଲା

ମୁଖୀଗୁଡା: ଆଜି ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଖରିଫ ଚାଷ ପାଇଁ ପାଣି ଛଡା ଯାଇଛି। ଉପର ଇନ୍ଦ୍ରାବତୀ ପ୍ରକଳ୍ପ କେନାଲ ଯୋଗେ ଖରିଫ ୨୦୨୨ପାଇଁ ୧୧୨୮୬୬ ହେକ୍ଟର ଜମିରେ ଜଳ ସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି। ବାମ କେନାଲରେ ୫୯୨୪୨ହେକ୍ଟର ଓ ଡାହାଣ କେନାଲରେ ୨୭୩୪୭ ହେକ୍ଟର ଏବଂ ଲିଫ୍ଟ କେନାଲ ୨୫୨୭୪ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଆଜି ମଙ୍ଗଳପୁର ହାତୀ ବ୍ୟାରେଜରୁ ବିଭାଗୀୟ ଅଧିକାରୀଙ୍କ ଉପସ୍ତିତିରେ ଜଳ ଯୋଗାଣ ଆରମ୍ଭ ହୋଇଛି।

ବାମ କେନାଲରେ ୫ କ୍ୟୁମେକ୍ସ ଓ ଡାହାଣ କେନାଲ ରେ ୭.୪ କ୍ୟୁମେକ୍ସ ପାଣି ଛଡା ଯାଉଛି। ଉଠା ଜଳସେଚନ କେନାଲରେ ଆସନ୍ତା ୧୦ ତାରିଖରେ ପାଣି ଛଡାଯିବ ବୋଲି ଜଣାପଡ଼ିଛି। ଜଳ ନିଷ୍କାସନ ସମୟରେ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନୀଲ ପାଣିଗ୍ରାହୀ, ଡାହାଣ କେନାଲ ଅଧୀକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା, ବାମ ଅଧୀକ୍ଷଣ ଯନ୍ତ୍ରୀ ଅଜିତ ପାତ୍ର ସହ ବିଭାଗୀୟ ଏସ୍ଡ଼ିଓ, କନିଷ୍ଠ ଯନ୍ତ୍ରୀ ଓ ବ୍ୟାରେଜ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ। ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ଆଜି ୬୨୯.୬୦ ଫୁଟ ରହିଥିବା ବେଳେ ଆଗାମୀ ୨୦ ତାରିଖ ସୁଦ୍ଧା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ନ ପାଇଲେ ଆଗାମୀ ଦିନରେ ରୋଟେସନରେ ପାଣି ଛଡ଼ାଯିବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories