www.samajalive.in
Saturday, December 6, 2025
14.1 C
Bhubaneswar

ଫୋର୍ବସ ପକ୍ଷରୁ ପ୍ରକାଶ ପାଇଲା ଭାରତର ଶୀର୍ଷ ୧୦ ଧନୀ ତାଲିକା: ମୁକେଶ ଅମ୍ବାନି ଶୀର୍ଷରେ

ମୁମ୍ବଇ: ଫୋର୍ବସ ପତ୍ରିକା ପକ୍ଷରୁ ଭାରତର ଶ୍ରେଷ୍ଠ ଦଶଜଣ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି ଶୀର୍ଷରେ ରହିଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଆଦାନି ଗ୍ରୁପର ମୁଖ୍ୟ ଆଦାନି ଏବଂ ତୃତୀୟରେ ଅଛନ୍ତି ଏଚସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷ ଶିବ ନାଦର। କେବଳ ଭାରତ ନୁହେଁ, ସମଗ୍ର ଏସିଆରେ ସବୁଠାରୁ ଧନୀ ବ୍ୟକ୍ତି ଭାବରେ ବିବେଚିତ ମୁକେଶ ଅମ୍ବାନିଙ୍କର ମୋଟ ସମ୍ପତ୍ତି ମୂଲ୍ୟ ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖ ସୁଦ୍ଧା ୮୪.୫ ବିଲିଅନ ଆମେରିକୀୟ ଡଲାର ଥିଲା। ଇତିମଧ୍ୟରେ ମୁକେଶ ଅମ୍ବାନି ପେଟ୍ରୋଲିୟମ ଏବଂ ଗ୍ୟାସ୍‍ କ୍ଷେତ୍ରରେ ତାଙ୍କର ବ୍ୟବସାୟକୁ ଅଧିକ ପରିବ୍ୟାପ୍ତ କରିଛନ୍ତି। ତେବେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ଦଶ ନମ୍ବର ସ୍ଥାନରେ ମୁକେଶ ସ୍ଥାନ ପାଇଥିବା ଫୋର୍ବସ ପକ୍ଷରୁ କୁହାଯାଇଛି।
ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଆଦାନି ଗ୍ରୁପ୍‍ର ମୁଖ୍ୟ ଆଦାନି ଏବଂ ତାଙ୍କ ସମ୍ପତ୍ତି ମୂଲ୍ୟ ୫୦.୫ ବିଲିଅନ ଆମେରିକୀୟ ଡଲାର। ସେହିଭଳି ତୃତୀୟ ସ୍ଥାନରେ ରହିଥିବା ଶିବ ନାଦରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨୩.୫ ବିଲିଅନ ଆମେରିକୀୟ ଡଲାର ଥିବା ଆକଳନ କରାଯାଇଛି। ଫୋର୍ବସ ପକ୍ଷରୁ କୁହାଯାଇଛି ଯେ ମୁକେଶ ୨୦୨୧ ଶେଷ ସୁଦ୍ଧା ରିଲାଏନ୍ସ ଇଣ୍ଡିଷ୍ଟ୍ରିଜକୁ ସଂପୂର୍ଣ୍ଣ ଋଣମୁକ୍ତ କରିବାକୁ କୋଭିଡ ମହାମାରୀ ସମୟରେ ବିବିଧ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ସମୟରେ ସେ ପାଣ୍ଠି ସଂଗ୍ରରେ ଲାଗିଥିଲେ ଏବଂ ବିଶ୍ୱର ବିିଭିନ୍ନ ସଂସ୍ଥା ସହିତ ଚୁକ୍ତିକରି ସେ ୩୫ ବିଲିଅନ ଆମେରିକୀୟ ଡଲାର ପାଣ୍ଠି ଯୋଗାଡ କରିପାରିଛନ୍ତି। ବିଶ୍ୱସ୍ତରୀୟ ନିବେଶକ ଫେସବୁକ୍‍ ଏବଂ ଗୁଗୁଲ ମଧ୍ୟ ମୁକେଶ ଅମ୍ବାନିଙ୍କ ଜିଓରେ ପୁଞ୍ଜିନିବେଶ କରିଛନ୍ତି।
ଆଦାନି ମଧ୍ୟ କୋଭିଡ ମହାମାରୀ ସମୟରେ ତାଙ୍କ ସମ୍ପତ୍ତିରେ ୪୨ ବିଲିଅନ ଡଲାର ଯୋଗ କରିପାରିଛନ୍ତି। ସେ ଭାରତରେ ବନ୍ଦର, ବିମାନ ବନ୍ଦର, କୋଇଲା ଖଣି ଆଦି ଅଧିଗ୍ରହଣ ଜରିଆରେ ତାଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ଦ୍ରୁତ ପରିବ୍ୟାପ୍ତ କରିବାରେ ଲାଗିଛନ୍ତି। ପୂର୍ବରୁ ସେ ମୁମ୍ବଇ ଆନ୍ତର୍ଜାତିକ ବିମାନବନ୍ଦରରେ ୭୪% ଅଂଶ ଅଧିଗ୍ରହଣ କରିସାରିଛନ୍ତି।
ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ରାଧାକ୍ରିଷ୍ଣ ଦାମାନି, ଉଦୟ କୋଟାକ, ଲକ୍ଷ୍ମୀ ମିତ୍ତଲ, କୁମାର ବିର୍ଲା, ସାଇରସ୍‍ ପୁନାୱାଲା, ଦିଲୀପ ସାଂଘଭୀ ଏବଂ ସୁନିଲ ମିତ୍ତଲ ଓ ପରିବାର ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories