www.samajalive.in
Wednesday, December 10, 2025
16.1 C
Bhubaneswar

୪୯ଟି ବନଜାତ ସାମଗ୍ରୀର ସହାୟକ ମୂଲ୍ୟ ବୃଦ୍ଧି

ସମାଜ ପୋର୍ଟାଲ ଡେସ୍କ: ଲକ ଡାଉନ ସମୟରେ ଆଦିବାସୀମାନଙ୍କ ଜୀବନ ଜୀବିକା ସୁରକ୍ଷିତ ରଖିବା ଦୃଷ୍ଟିରୁ ସରକାର ୪୯ଟି ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିଛନ୍ତି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତି ତିନି ବର୍ଷରେ ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ସେଲ୍‌ ପକ୍ଷରୁ ସଂଶୋଧନ କରାଯାଇଥାଏ। ତେବେ କୋଭିଡ଼–୧୯ ମହାମାରୀ ଯୋଗୁ ଏବେ ଦେଶରେ ଉତ୍ପନ୍ନ ଅଭାବନୀୟ ଓ ଆକସ୍ମିକ ପରିସ୍ଥିତି ଦୃଷ୍ଟିରୁ ତୁରନ୍ତ ଗ୍ରହଣ କରାଯାଇଥିବା ପଦକ୍ଷେପ ଦ୍ୱାରା ଆଦିବାସୀ ଲଘୁ ବନଜାତ ସାମଗ୍ରୀ ସଂଗ୍ରହକାରୀମାନେ ଉପକୃତ ହୋଇପାରୁଥିବାରେ ତୁରନ୍ତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି।

ସୂଚନା ଅନୁଯାୟୀ, ବିଭିନ୍ନ ଲଘୁ ବନଜାତ ସାମଗ୍ରୀ ମୂଲ୍ୟରେ ୧୬ ପ୍ରତିଶତରୁ ୬୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏଭଳି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଆଦିବାସୀ ବର୍ଗର ଲୋକମାନଙ୍କ ପାଇଁ ସହାୟକ ହେବ ଓ ୨୦ଟି ରାଜ୍ୟର ଲୋକମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବ ବୋଲି ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories