ମାତ୍ର ୬% କୃଷକ ପାଉଛନ୍ତି ଏମଏସ୍‍ପିର ଲାଭ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗତ ବୁଧବାର ଧାନ ସମେତ ୧୪ଟି ଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍‍ପି) ବୃଦ୍ଧି କରିଛନ୍ତି। ଏହାପରେ ସ୍ୱାଭାବିକ ଭାବରେ କୃଷକମାନଙ୍କ ପାଇଁ ଖୁସି ଖବର ଆଣିଛି ବୋଲି ସରକାରୀ ଭାବେ କୁହାଯାଇଛି। କିନ୍ତୁ ମାତ୍ର ୬% କୃଷକଙ୍କ ହିଁ ଏମଏସ୍‍ପିର ଲାଭ ଉଠାଇପାରନ୍ତି ବୋଲି ଜଣାପଡ଼ିଛି। ସରକାରଙ୍କ ଦ୍ୱାରା ଗଠିତ ଏକ କମିଟି ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ବିଶେଷକରି ମଣ୍ଡିକୁ ଧାନ ଓ ଗହମ ଆସୁଥିବାରୁ କେବଳ ଏହି ଦୁଇ ଶସ୍ୟର ଏମଏସ୍‍ପି କୃଷକଙ୍କ ଆୟକୁ କିଛି ମାତ୍ରାରେ ପ୍ରଭାବିତ କରିପାରୁଛି। ଅନ୍ୟଥା ଅନ୍ୟ ଶସ୍ୟଗୁଡ଼ିକର ଏମଏସ୍‍ପିର ସୁବିଧାରୁ ସାଧାରଣ କୃଷକ ବଞ୍ଚିତ ହେଉଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଏମଏସ୍‍ପି ଘୋଷଣା ପରେ ଅର୍ଥନୈତିକଙ୍କ ଚିନ୍ତା ବଢ଼ିଯାଇଛି। ଏବେ ତୈଳ ଦର ବୃଦ୍ଧି ଓ ରପ୍ତାନିରୁ ବିଶେଷ ଲାଭ ମିଳିବା ସମ୍ଭାବନା କମ୍‍ ଥିବା କାରଣରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ପାଇଛି। ଏହି ସମୟରେ ଏମଏସ୍‍ପି ବଢ଼ିଲେ ଖାଦ୍ୟ ମୁଦ୍ରାସ୍ଫୀତି ୫୦ ରୁ ୮୦ ବେସିସ୍‍ ପଏଣ୍ଟ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।

kalyan agarbati
Leave A Reply