www.samajalive.in
Saturday, December 6, 2025
23.1 C
Bhubaneswar

ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଧୋନୀ, କୃଷି ମେଳାରେ ହେଲେ ସମ୍ମାନିତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମହେନ୍ଦ୍ର ସିଂ ଧୋନୀ ଏବେ ଚାଷ ଓ ପଶୁପାଳନ କ୍ଷେତ୍ରରେ ମନ ବଳାଇଛନ୍ତି। ତେବେ କ୍ରିକେଟ୍‍ ପରି ଏ କ୍ଷେତ୍ରରେ ମଧ୍ୟ ସେ ରେକର୍ଡ଼ ସୃଷ୍ଟି କରିଛନ୍ତି। ରାଞ୍ଚି ସ୍ଥିତ ବିର୍ସା କୃଷି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କୃଷି ମେଳାରେ ଧୋନୀଙ୍କୁ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଭାବେ ସମ୍ମାନିତ କରାଯାଇଛି। ଧୋନୀଙ୍କ ଅନୁପସ୍ଥିତିରେ ତାଙ୍କ କର୍ମଚାରୀ କୁନାଲ୍‍ ଗୌରବ ଝାଡ଼ଖଣ୍ଡ ବିଧାନସଭା ବାଚସ୍ପତି ରବିନ୍ଦ୍ରନାଥ ମହତୋଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ଗୌରବ କହିଛନ୍ତି ଯେ, ବର୍ତ୍ତମାନ ଧୋନୀ ୭୩ଟି ଗାଈ ରଖିଛନ୍ତି। ଯେତେବେଳେ ସେ ସହରରେ ଥାଆନ୍ତି ସେତେବେଳେ ଦିନରେ ଥରେ ସେ ଏମାନଙ୍କ ପାଖକୁ ନିଶ୍ଚିତ ଆସିଥା’ନ୍ତି।

- Advertisement -

ସୂଚନାଯୋଗ୍ୟ, ୪୩ ଏକରର ନିଜ ଫାର୍ମ ହାଉସରେ ମାହୀ ରହିବା ସହ ଚାଷ କାର୍ଯ୍ୟ ମଧ୍ୟ କରନ୍ତି। ତାଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ବିଦେଶରେ ବିକ୍ରି ହେବକୁ ପ୍ରସ୍ତୁତ ଅଛି। ୧୦ ଏକର ଜମିରେ ସେ ଫଳ ଓ ପନିପରିବା ଚାଷ କରିଛନ୍ତି, ଯାହାକୁ କି ସ୍ଥାନୀୟ ବଜାରରେ ବିକ୍ରି କରାଯାଇଥାଏ। ଲକ୍‍ଡାଉନ ସମୟରେ ସେ ଏକ ଟ୍ରାକ୍ଟର ମଧ୍ୟ କିଣିଥିଲେ, ଯାହାକୁ ସେ ସଡ଼କରେ ଚଲାଉଥିବାର ଭିଡିଓ ଦେଖିବାକୁ ମିଳିଥିଲା। ଭିଡିଓଟି ଖୁବ୍‍ ଭାଇରାଲ ହୋଇଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories