www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟପ୍ରଦେଶ ସରକାରଙ୍କ ଶକ୍ତି ପରୀକ୍ଷା: ଆସନ୍ତାକାଲିକୁ ଘୁଞ୍ଚିଲା ଶୁଣାଣି, କମଲନାଥଙ୍କୁ ନୋଟିସ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଜାରି ରହିଛି। କମଲନାଥ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ନିଜର ବହୁମତ ପ୍ରମାଣ ପାଇଁ ବିଜେପି ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରମିକୋର୍ଟ ବୁଧବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ଅଦାଲତ କମଲନାଥ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଚାରପତି କହିଛନ୍ତି, ସେ ଦ୍ବିତୀୟ ପକ୍ଷଙ୍କ କଥା ମଧ୍ୟ ଶୁଣିବାକୁ ଚାହୁଁଛନ୍ତି। ଏବେ ମାମଲା ଉପରେ ଆସନ୍ତାକାଲି ସକାଳ ସାଢେ ୧୦ଟା ସମୟରେ ଶୁଣାଣି ହେବ। ଅପର ପକ୍ଷରେ ରାଜ୍ୟପାଳ ପୁଣିଥରେ କମଲନାଥଙ୍କୁ ପତ୍ର ଲେଖି ମଙ୍ଗଳବାର ବିଧାନସଭାରେ ବହୁମତ ପ୍ରମାଣ କରିବାକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ୯ଜଣ ବିଜେପି ବିଧାୟକ ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୋମବାର ବିଧାନସଭାର ବାଚସ୍ପତି ଏମ୍.ପି. ପ୍ରଜାପତି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶକୁ ଉପେକ୍ଷା କରି ସରକାରଙ୍କୁ ଗୃହରେ ବହୁମତ ପରୀକ୍ଷା କରିବାକୁ ନ କହି ଗୃହକୁ ଚଳିତ ମାସ ୨୬ ତାରିଖ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାକୁ ବିରୋଧ କରି ଶ୍ରୀ ଚୌହାନ ଓ ଅନ୍ୟ ୯ ଜଣ ବିଧାୟକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହା ଉପରେ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଓ ହେମନ୍ତ ଗୁପ୍ତାଙ୍କ ପୀଠ ଶୁଣାଣିକୁ ଆସନ୍ତାକାଲି ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories