www.samajalive.in
Sunday, December 7, 2025
26.1 C
Bhubaneswar

ଜିତିଲା ମାଆ ହାରିଲା ବାଘ ; ନିଜ ୧୫ ମାସ ଛୁଆକୁ ମରଣ ମୁହଁରୁ ଟାଣି ଆଣିଲା

ଭୋପାଳ : କୁହାଯାଏ,ଭଗବାନ ସମସ୍ତ ସ୍ଥାନରେ ଉପସ୍ଥିତ ରହି ସଭିଁଙ୍କୁ ରକ୍ଷା କରିପାରିବେ ନାହିଁ ବୋଲି ସେ ସଭିଁଙ୍କୁ ମାଆ ଦେଇଛନ୍ତି। ମାଆ ନିଜ ଛୁଆକୁ ସମସ୍ତ ବିପଦ ଓ କଷ୍ଟରୁ ସର୍ବଦା ରକ୍ଷା କରିଥାଏ। ମଧ୍ୟପ୍ରଦେଶର ଉମରିୟା ଜିଲାରେ ଏପରି ଏକ ମାଆର ଘଟଣା ସାମ୍ନାକୁ ଆସିଛି ଯିଏ କି ନିଜ ୧୫ ମାସର ଶିଶୁ ପୁତ୍ରର ଜୀବନ ରକ୍ଷା କରିବାକୁ ବାଘ ସହ ଲଢେଇ କରିବାକୁ ମଧ୍ୟ ପଛାଇ ନାହିଁ। ଉମରିୟା ଜିଲାରେ ସ୍ଥିତ ବାନ୍ଧବଗଡ ବ୍ୟାଘ୍ର ଅଭୟାରଣ୍ୟର ଜଙ୍ଗଲ ନିକଟରେ ସ୍ଥିତ ଗାଁ ରୋହନିୟା ଜ୍ୱାଲାମୁଖୀ ଅଞ୍ଚଳର ଏହି ଘଟଣା। ବାଘ ଆକ୍ରମଣରେ ମହିଳା ଜଣଙ୍କ ଗୁରୁତର ମଧ୍ୟ ହୋଇଛନ୍ତି। ମାତ୍ର ହାର୍‍ ମାନି ନାହିଁ ମାଆ,ହାର୍‍ ମାନିଛି ବାଘ।
ଉମରିୟା ଜିଲାରେ ସ୍ଥିତ ବାନ୍ଧବଗଡ ବ୍ୟାଘ୍ର ଅଭୟାରଣ୍ୟର ଜଙ୍ଗଲ ନିକଟରେ ସ୍ଥିତ ଗାଁ ରୋହନିୟା ଜ୍ୱାଲାମୁଖୀ ଅଞ୍ଚଳରେ ଏକ ୧୫ ମାସର ଶିଶୁ ପୁତ୍ର ଉପରେ ବାଘ ଆକ୍ରମଣ କରି ନିଜ ପଞ୍ଝାରେ ଧରି ନେଇଥିଲା। ମାତ୍ର ସେହି ସମୟରେ ଶିଶୁଟିର ମାଆ ନିଜ ଛୁଆର ଜୀବନ ରକ୍ଷା କରିବାକୁ ବାଘ ସହ ଲଢେଇ ଆରମ୍ଭ କରିଥିଲେ। ନିଜ ଛୁଆକୁ ବାଘ ମୁହଁରୁ ରକ୍ଷା କରିବାକୁ ସଫଳ ହୋଇଥିଲେ ମାତ୍ର ବାଘ ଆକ୍ରମଣରେ ନିଜେ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ଉଭୟ ମାଆ ଶିଶୁଙ୍କ ଚିକିତ୍ସା ଜାରି ରହିଛି। ଉଭୟ ବର୍ତ୍ତମାନ ବିପଦରୁ ମୁକ୍ତ ଅଛନ୍ତି।
ସୂଚନା ଯୋଗ୍ୟ, ଉମରିୟା ଜିଲା ମାନପୁର ଥାନା ଅର୍ନ୍ତଗତ ଗାଁ ରୋହନିୟାରେ ରବିବାର ସକାଳ ୧୧ଟାର ଏହି ଘଟଣା। ଘଟଣା ପରେ ଉକ୍ତ ଗ୍ରାମରେ ଭୟର ବାତାବରଣ ସହ ହଇଚଇ ସୃଷ୍ଟି ହୋଇଥିଲା। ଲୋକେ ଏକତ୍ରିତ ହୋଇଥିଲେ। ରବିବାର ସକାଳ ଯାଏଁ ପରିସ୍ଥିତି ଠିକ ରହିଥିଲା। ମାତ୍ର ପାଖାପାଖି ପୂର୍ବାହ୍ନ ୧୦ଟା ସମୟରେ ଗ୍ରାମର ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଭୋଲା ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛପଟ ବୁଦାରେ ଲୁଚି ରହିଥିବା ଏକ ବାଘ ହଠାତ୍‍ ୧୫ ମାସର ଶିଶୁ ଉପରେ ଆକ୍ରମଣ କରିଥିଲା। ନିଜ ପଞ୍ଝାରେ ଧରି ନେଇଥିଲା। ମାତ୍ର ସେହି ସମୟରେ ନିଜ ଛୁଆକୁ ବାଘ ମୁହଁରୁ ରକ୍ଷା କରିବାକୁ ଶିଶୁଟିର ମାଆ ନିଜ ଜୀବନକୁ ପାଣି ଛଡେଇ ଛୁଆକୁ ରକ୍ଷା କରିଥିଲେ। ସେହି ସମୟରେ ବାଘ ମହିଳାଙ୍କ ଉପରେ ଖୁବ ଜୋରରେ ଆକ୍ରମଣ କରିଥିଲା। ଏହାପରେ ଶେଷରେ ବାଘ ମାଆର ମମତା ନିକଟରେ ହାରି ଯାଇ ସେଠାରୁ ପଳାଇଥିଲା। ଉଭୟ ମାଆ ଓ ଛୁଆକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories