www.samajalive.in
Saturday, December 6, 2025
23.1 C
Bhubaneswar

ଓଲଟିଲା ଟ୍ରାକ୍ଟର ; ଦୁଇ ଶିଶୁଙ୍କ ସମେତ ୫ ମୃତ

ଖଣ୍ଡୱା : ମଧ୍ୟପ୍ରଦେଶ ସ୍ଥିତ ଖଣ୍ଡୱାରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ୨ ଜଣ ଶିଶୁ ରହିଛନ୍ତି। ଖଣ୍ଡୱାର ଖିରକିୟା-ଖାଲବା ମଧ୍ୟରେ ଧନୋରା ଗାଁରେ ଟ୍ରାକ୍ଟର-ଟ୍ରୋଲି ଓଲଟିପଡିବାରୁ ଏହି ଦୁର୍ଘଟଣା ଘଟିଛି। ଏହାସହ ପ୍ରାୟ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରି ଚିିକିତ୍ସା ଜାରି ରହିଛି। ଟ୍ରାକ୍ଟରରେ ପ୍ରାୟ ୩୫ ଜଣ ମେଧାପାଣିର କୁନବା ହରଦାରେ ଥିବା କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ।
ପୁଲିସ ସୂଚନାନୁଯାୟୀ, ପ୍ରାୟ ରାତି ୭ଟା୩୦ରେ ଏହି ଦୁର୍ଘଟଣା ଘଟିଛି। ଟ୍ରାକ୍ଟର-ଟ୍ରୋଲି ଅନିୟନ୍ତ୍ରିତ ହୋଇ ଓଲଟି ପଡିବା ପରେ ୩୫ ଜଣ ତଳକୁ ଖସି ପଡିଥିଲେ। ଖବର ପାଇ ପୁଲିସ,ଉଦ୍ଧାରକାରୀ ଓ ସ୍ଥାନୀୟ ଲୋକେ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିବା ମୃତଦେହକୁ ଉଦ୍ଧାର କରିଥିଲେ। ଏହାପରେ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି ବୋଲି ସୂଚନା ମିଳିଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories