www.samajalive.in
Saturday, December 6, 2025
16.1 C
Bhubaneswar

ବରଯାତ୍ରୀ ବସ – ବାଇକ ଧକ୍କା ; ୨ ମୃତ,୯ ଆହତ

ବରୱାନୀ : ମଧ୍ୟପ୍ରଦେଶର ବରୱାନୀ ଜିଲାରେ ଏକ ବରଯାତ୍ରୀ ବସ ଓ ବାଇକ୍‍ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ବରୱାନୀର ଜୁଲବାନିୟା ଥାନା ଅନ୍ତର୍ଗତ ଖଣ୍ଡବା ବଡୋଦରା ମାର୍ଗରେ ହୋଇଥିବା ନେଇ ଖବର ମିଳିଛି।ମୃତକଙ୍କ ମଧ୍ୟରେ ବନବିଭାଗର ବନପାଳ ରହିଛନ୍ତି ବୋଲି ଜଣାପଡିଥିବା ବେଳେ ୯ ଜଣ ବରଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଯୋଗ୍ୟ, ବରଯାତ୍ରୀମାନେ ଆସୁଥିବା ବସଟି ଖରଗୋନ ଜିଲାର ବେଡିୟାର ବରୱାନୀ ଜିଲାରୁ ସିଲାବଦ ଫେରୁଥିଲା। ସେହି ସମୟରେ ମାଲବେଡୀ ଗାଁ ନିକଟରେ ସାମ୍ନା ପଟୁ ଆସୁଥିବା ବାଇକ ସହ ଧକ୍କା ହେବା ପରେ ବସ୍‍ଟି ଅନିୟନ୍ତ୍ରିତ କ୍ଷେତକୁ ଓଲଟି ପଡିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories