ଭୋପାଳ : ମଧ୍ୟପ୍ରଦେଶର ଜଣେ ଭିକ୍ଷୁକଙ୍କ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଏବେ ଚର୍ଚ୍ଚାର କାରଣ ପାଲଟିଛି । ଭିକ୍ଷୁକଙ୍କ ୨ ପତ୍ନୀ ଓ ସେ ପ୍ରତିଦିନ ୨ ରୁ ୩ ହଜାର ଟଙ୍କା ରୋଜଗାର କରନ୍ତି । ଭିକ୍ଷୁକ ଜଣକ ଟଙ୍କା ରୋଜଗାର କରିବା ପରେ ମଧ୍ୟ ଖୁସିରେ ନଥିବା ସହ ନିଜର ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ନିକଟରେ ସମାଧାନ ପାଇଁ ପହଞ୍ଚିଥିଲେ ।
ସମ୍ପୂର୍ଣ୍ଣ ଘଟଣା ଅନୁଯାୟୀ, ମଧ୍ୟପ୍ରଦେଶର ଭଣ୍ଡବା ଜିଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଥିଲା । ସେହି ସମୟରେ ଭିକ୍ଷୁଜ ଜଣକ ନିଜ ସମସ୍ୟା ନେଇ ପହଞ୍ଚିଥିଲେ ।
ଭିକ୍ଷୁକ ଜଣକ କହିଥିଲେ, ତାଙ୍କର ୨ ଜଣ ପତ୍ନୀ ଅଛନ୍ତି । ସେମାନେ ସର୍ବଦା ପରସ୍ପର ସହ ଝଗଡା କରୁଛନ୍ତି । ଉଭୟଙ୍କୁ ଅନେକ ବୁଝାସୁଝା କରିବା ପରେ ସେମାନେ କଳହ କରିବା ବନ୍ଦ କରୁ ନାହାଁନ୍ତି କି ଏକାଠି ରହିବାକୁ ରାଜି ହେଉ ନାହାଁନ୍ତି । ଏହାଦ୍ୱାରା ଭିକ୍ଷୁକଙ୍କ ରୋଜଗାର ମଧ୍ୟ ପ୍ରଭାବିତ ହେଉଥିବା ସେ କହିଛନ୍ତି । ଭିକ୍ଷୁକଙ୍କ ସମସ୍ୟା ଶୁଣି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ଭିକ୍ଷୁକ ଜଣକ ନିଜର ୨ ଜଣ ପତ୍ନୀଙ୍କ ସହ ରହିବାକୁ ଚାହୁଁଛନ୍ତି । ଭିକ୍ଷୁକ ଜଣକ ୨୦୨୨ରେ ପ୍ରଥମ ବିବାହ ଓ ୨୦୨୪ରେ ୨ୟ ବିବାହ କରିଥିଲେ ।
ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଲେ ୨ ପତ୍ନୀ ଥିବା ଭିକ୍ଷୁକ, କହିଲେ ପ୍ରଥମେ ମୋ ସମସ୍ୟାର ସମାଧାନ କର..
Popular Categories



