www.samajalive.in
Friday, December 12, 2025
27.1 C
Bhubaneswar

ଟ୍ରେନରେ ଯାତ୍ରାବେଳେ ଦେଖିପାରିବେ ମନ ପସନ୍ଦର ଭିଡିଓ ଓ ଚଳଚ୍ଚିତ୍ର, ରେଳ ବିଭାଗ ଆଣିବ ‘ସିଓଡି’ ସେବା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଂଟେଂଟ ସେବା (ସିଓଡି) ସେବା ଖୁବଶୀଘ୍ର ଯୋଗାଇ ଦିଆଯିବ। ଏହି ସେବା ସମସ୍ତ ପ୍ରିମିୟମ, ଏକ୍ସପ୍ରେସ, ମେଲ ଟ୍ରେନ ଓ ସହରାଞ୍ଚଳ ଟ୍ରେନରେ ମିଳିପାରିବ। ଅଧିକ ଅଣଭଡ଼ା ରାଜସ୍ୱ ସଂଗ୍ରହ ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ଅଧୀନ ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ରେଲଟେଲ ସହିତ ମିଶି ରେଳବାଇ ବୋର୍ଡ ଟ୍ରେନରେ ଯାତ୍ରୀଙ୍କ ପାଇଁ ଚାହିଦା ମୁତାବକ ସେବା ଯୋଗାଇ ଦିଆଯିବାକୁ ଯୋଜନା କରାଯାଇଛି। ଏଥିପାଇଁ ରେଲଟେଲ ପକ୍ଷରୁ ଜି ଏଣ୍ଟରଟେନମେଣ୍ଟର ଏକ ସହାୟକ କମ୍ପାନୀ ମେସର୍ସ ମାର୍ଗୋ ନେଟୱାର୍କକୁ ଡିଜିଟାଲ ମନୋରଞ୍ଜନ ସେବା ପ୍ରଦାନକାରୀ ଭାବେ ଚୟନ କରାଯାଇଛି।

ଏହା ଟ୍ରେନ ଓ ରେଳ ଷ୍ଟେସନରେ ଚାହିଦା ମୁତାବକ କଂଟେଂଟ ସେବା (ସିଓଡି) ଯୋଗାଇ ଦେବ। ଏହି ପ୍ରକଳ୍ପ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ପ୍ରକାରର କଂଟେଂଟ ଯଥା ଚଳଚ୍ଚିତ୍ର, ମନୋରଞ୍ଜନ କାର୍ୟ୍ୟକ୍ରମ, ଶିକ୍ଷା କାର୍ୟ୍ୟକ୍ରମ ଆଦି ଯାତ୍ରୀଙ୍କ ପାଇଁ ଶୁଳ୍କଯୁକ୍ତ ଏବଂ ନିଃଶୁଳ୍କ ଭାବେ ମିଳିପାରିବ। ଏହି ସେବା କଂଟ୍ରାକ୍ଟ କାର୍ୟ୍ୟକାରୀ ହେବାର ପ୍ରଥମ ଦୁଇ ବର୍ଷ ସହିତ ମୋଟ ୧୦ ବର୍ଷର ଅବଧି ପର୍ୟ୍ୟନ୍ତ ରହିବ। ଏହି ପ୍ରକଳ୍ପ ଅନ୍ତର୍ଗତ ରେଲଟେଲ ପକ୍ଷରୁ ଚଳନ୍ତା ଟ୍ରେନରେ ସଂଯୋଗ ହୋଇଥିବା ମିଡିଆ ସର୍ଭର ଜରିଆରେ ପୂର୍ବରୁ ଲୋଡ ହୋଇଥିବା ବିଭିନ୍ନ ଭାଷାର କାର୍ୟ୍ୟକ୍ରମ(ଚଳଚ୍ଚିତ୍ର, ସଂଗୀତ ଭିଡିଓ, ସାଧାରଣ ମନୋରଞ୍ଜନ, ଲାଇଫଷ୍ଟାଇଲ ଆଦି) ଯୋଗାଇ ଦିଆଯିବ। ସିଓଡି ପ୍ଲାଟଫର୍ମ ଜରିଆରେ ଇ-କମର୍ସ/ଏମ-କମର୍ସ ସେବା, ଯାତ୍ରା ବୁକିଂ (କ୍ୟାବ, ବସ, ଟ୍ରେନ) ସେବା ଯୋଗାଇ ଦିଆଯିବ। ଏହାଛଡ଼ା ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ ବିଭିନ୍ନ ଅଭିନବ ସମାଧାନ ମଧ୍ୟ ଉପଲବ୍ଧ ହେବ। ସିଓଡି ମାଧ୍ୟମରେ ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କ ବ୍ୟକ୍ତିଗତ ଡିଭାଇସ ଜରିଆରେ ବାଧାମୁକ୍ତ ମାଗଣା କିମ୍ବା ଶୁଳ୍କଯୁକ୍ତ ମନୋରଞ୍ଜନ ସେବା ଏବଂ ଉଚ୍ଚ ମାନର ଇଂଟରନେଟ ସେବା ପାଇପାରିବେ।

- Advertisement -

ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ରେଲଟେଲର ସିଏମଡି ପୁନୀତ ଚାଓଲା କହିଛନ୍ତି ଯେ ୨୦୨୨ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କାର୍ୟ୍ୟକାରୀ ହେବ। ଚାହିଦା ଅନୁଯାୟୀ କଂଟେଂଟ ସେବା ଯାତ୍ରୀଙ୍କ ଯାତ୍ରା ଅନୁଭୂତିରେ ସୁଧାର ଆଣିପାରିବ। ଏହା ଅଣଭଡ଼ା ରାଜସ୍ୱ ମଧ୍ୟ ବୃଦ୍ଧି କରିବ। ଏହି ସେବା ଭାରତୀୟ ରେଳପଥର ସମସ୍ତ ୧୭ଟି ଜୋନରେ ଉପଲବ୍ଧ ହେବ। ଏହି ପ୍ରକଳ୍ପରୁ ମୁଖ୍ୟତଃ ତିନୋଟି ମାର୍ଗରେ ଆୟ ହେବ ଯଥା ବିଜ୍ଞାପନ ରାଜସ୍ୱ, ଶୁଳ୍କଯୁକ୍ତ ସେବା ରାଜସ୍ୱ ଏବଂ ଇ-କମର୍ସ ଓ ଭାଗିଦାରୀ ସେବାରୁ ମିଳୁଥିବା ରାଜସ୍ୱ। ସାରା ଦେଶରେ ଚାଲୁଥିବା ୩୦୦୩ଟି ପ୍ରିମିୟମ, ମେଲ ଓ ଏକ୍ସପ୍ରେସ ଟ୍ରେନ, ୨୮୬୪ ଯୋଡ଼ା ସହରାଞ୍ଚଳ ଟ୍ରେନ (ମୋଟ ୫୭୨୮ଟି ଟ୍ରେନ)କୁ ମିଶାଇ ୮୭୩୧ଟି ଟ୍ରେନରେ ଏହି ସେବା ଯୋଗାଇ ଦେବା ଲାଗି ଯୋଜନା ହୋଇଛି। ସେହିପରି ଦେଶରେ ଥିବା ୫୫୬୩ଟି ୱାଇଫାଇ ସଂଯୁକ୍ତ ରେଳ ଷ୍ଟେସନରେ ସିଓଡି ସେବା ମିଳିପାରିବ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories