www.samajalive.in
Friday, December 12, 2025
16.1 C
Bhubaneswar

ଖ୍ରୀଷ୍ଟ କଲେଜର ବାର୍ଷିକ ପୁରସ୍କାର ବିତରଣ  ଉତ୍ସବ

କଟକ :  ଖ୍ରୀଷ୍ଟ କଲେଜର ୨୦୧୯- ୨୦ ଶିକ୍ଷାବର୍ଷର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଅଧ୍ୟକ୍ଷ ଡ. ସିଦ୍ଧାର୍ଥ କୁମାର ସାହୁଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର, ମୁଖ୍ୟବକ୍ତା କଟକ ବାରବାଟୀର ପୂର୍ବତ୍ତନ ବିଧାୟକ ଦେବାଶିଷ ସାମନ୍ତରାୟ, ସମ୍ମାନିତ ଅତିଥି ଚୌଦ୍ବାର-କଟକର ମାନ୍ୟବର ବିଧାୟକ ସୌଭିକ୍ ବିଶ୍ବଳ, ବାଙ୍କିର ମାନ୍ୟବର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଚରିତ୍ର ଗଠନ, ସମୟାନୁବର୍ତ୍ତିତା, ସମାଜସେବା ତଥା ରାଷ୍ଟ୍ରୀୟ ଚେତନାରେ ଉଦବୁଦ୍ଧ ହେବାପାଇଁ ମାର୍ଗ ଦର୍ଶନ କରିଥିଲେ। ଶିକ୍ଷା, କ୍ରୀଡା, ଏନ.ସି.ସି, ଏନ.ଏସ.ଏସ୍, ରଙ୍ଗୋଲି , ବକ୍ତୃତା, ତର୍କ, କୁଇଜ, ପ୍ରବନ୍ଧ ଲିଖନ, ରେଡକ୍ରସ ଏବଂ କର୍ମଚାରୀ ମାନଙ୍କ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥି, କୃତି ଖେଳାଳୀ ତଥା ସ୍ବେଚ୍ଛାସେବକମାନଙ୍କୁ ମାନ୍ୟବର ଅତିଥିମାନେ ମାନପତ୍ର, ଟ୍ରଫି, ଗୋଲଡ ମେଡାଲ ଆଦି ପ୍ରଦାନ କରିଥିଲେ।

ଛାତ୍ରସଂସଦ ଉପଦେଷ୍ଟା ମଧୁସ୍ମିତା ଯାଚକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉପଧ୍ୟକ୍ଷା ଡ. ଦେବଯାନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ.ଜିତା ରାୟ, ଡ. ସଞ୍ଜୁ  ଶର୍ମା ଓ ଆଦ୍ୟାଶା ମାହାନ୍ତି ସଂଯୋଜନା କରିଥିଲେ। ଚଳିତ ଶିକ୍ଷାବର୍ଷରେ କଳା ବିଭାଗରେ ମନିଷାଲତା ଜେନା, ବିଜ୍ଞାନ ବିଭାଗରେ  ପ୍ରଜ୍ଜଲିନ ଦାସ, ବାଣିଜ୍ୟ ବିଭାଗର କାଞ୍ଚନ ମୋଦି ଶ୍ରେଷ୍ଠ ସ୍ନାତକ ଭାବେ ସମ୍ବର୍ଦ୍ଧିତ ହୋଇଥିଲେ। ଯୁକ୍ତ ଦୁଇ ବିଭାଗର କଳାରେ ନିରଞ୍ଜଳି ଝା, ବିଜ୍ଞାନରେ ଆଶୁତୋଷ ସାହୁ ଓ ବଣିଜ୍ୟରେ କରନ ମୁଦୁଲି ସର୍ବୋଚ୍ଚ ନମ୍ବର ରଖି ସମ୍ମାନିତ ହୋଇଥିଲେ। ଏହି ଉତ୍ସବରେ ପରିଚାଳନା ସମିତି ସଭାପତି ଅନୁପମ ପାତ୍ର, ସମ୍ପାଦାକ ବିକାଶ ଚନ୍ଦ୍ର ରାଉତ, ସଦସ୍ୟ ଶୁଭାଶିଷ ସାହୁ, ଚନ୍ଦନ ଦାସ, କଲେଜର ପୂର୍ବତନ ଛାତ୍ରନେତା ସନ୍ତୋଷ ମହାପାତ୍ର, ସଞ୍ଜୟ ପଟ୍ଟନାୟକଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଦ୍ୟାର୍ଥିମାନଙ୍କ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories