www.samajalive.in
Saturday, December 6, 2025
14.1 C
Bhubaneswar

ପାଟି ଦୁର୍ଗନ୍ଧ ଦୂର କରିବାର ଘରୋଇ ଉପାୟ…….

ପାଟି ଦୁର୍ଗନ୍ଧ ହେବାର ବିଭିନ୍ନ କାରଣ ରହିଛି। ନିଜ ଖାଦ୍ୟପେୟରେ ଏଭଳି କେତେକ ଜିନିଷ ସାମିଲ କରନ୍ତୁ ଯାହା ଦ୍ୱାରା ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରିବ।
– ଗ୍ରୀନ ଟିରେ ଆଣ୍ଟି-ବ୍ୟାକ୍ଟରିଅଲ ତତ୍ତ୍ୱ ରହିଛି। ତେଣୁ ଏହାକୁ ନିୟମିତ ପିଇବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ଅଧିକରୁ ଅଧିକ ପାଣି ପିଇବା ଦ୍ୱାରା ମଧ୍ୟ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ଡ଼ାଳିମ୍ବର ଚୋପାକୁ ପାଣିରେ ପକାଇ ଫୁଟାଇ, ଏହି ପାଣିରେ କୁଳୁକୁଳୁ କରିବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ଦିନ ଭିତରେ ୨ ରୁ ୩ ଥର ଶୁଖିଲା ଧନିଆ ଚୋବାଇ ଖାଆନ୍ତୁ।
– ତୁଳସୀ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ପୁଦିନା ପତ୍ର ଖାଇବା ଦ୍ୱାରା ମଧ୍ୟ ପାଟି ଦୁର୍ଗନ୍ଧ ଦୂର ହେବାରେ ସାହାଯ୍ୟ କରିଥାଏ।
– ସପ୍ତାହକୁ ୨ ରୁ ୩ଥର ସୋରିଷ ତେଲରେ ସାମାନ୍ୟ ଲୁଣ ମିଶାଇ ଏହାକୁ ମାଢିରେ ଲଗାଇ ମାଲିସ କରିବା ଦ୍ୱାରା ଦାନ୍ତ ମାଢି ସୁସ୍ଥ ହେବା ସହ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ଲବଙ୍ଗ ଗୋଟିଏ ପାଟିରେ ପକାଇ ରଖିବା ଦ୍ୱାରା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
– ପିଜୁଳି ପତ୍ର ଚୋବାଇବା ଦ୍ୱାରା ମଧ୍ୟ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories